ଅଭିଜିତଙ୍କୁ ୨୩ରେ ହାଜର ହେବାକୁ ନୋଟିସ୍ ପଠାଯିବ

0
110

ଭୁବନେଶ୍ଵର : ଓଡିଶାର ସଂସ୍କୃତି, ଐତିହ୍ୟ ଓ ବିଧାୟକମାନଙ୍କ ସମ୍ପର୍କରେ ସାମ୍ବାଦିକ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ସେ ଦୁଖଃ ପ୍ରକାଶ କରିବା ସହିତ ବିଧାନସଭାର ବାଚସ୍ପତି ଓ ସ୍ଵାଧିକାର ଭଙ୍ଗ ଗୃହ କମିଟିକୁ ଏନେଇ ଇମେଲ ଯୋଗେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଆଜି ବସିଥିବ ଗୃହ କମିଟି ନିକଟରେ ଅଭିଜିତ ହାଜର ହୋଇ ନାହାନ୍ତି । କମିଟି ଏହାକୁ ଅବମାନନା ବୋଲି ବିଚାର କରୁନାହିଂ। କାରଣ ଓଡିଶାରେ ବାତ୍ୟା ପ୍ରଚାର ହେତୁ ସେ ହୁଏତ ଆସି ପାରିନାହାନ୍ତି ବୋଲି କହିଛନ୍ତି ବିରୋଧିଦଳ ନେତା ନରସିଂହ ମିଶ୍ର । ତେବେ ଆସନ୍ତା ୨୩ ତାରିଖରେ ତାଙ୍କୁ ହାଜର ହେବା ପାଇଁ ଡିଜିପି ନୋଟିସ କରିବେ ବୋଲି କମିଟିରେ ସ୍ଥିର ହୋଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୮ରେ ଅଭିଜିତଙ୍କ ବିରୋଧରେ ଗୃହ କମିଟି ସ୍ୱାଧିକାର ଭଂଗ ନୋଟିସ ଜାରି କରିବା ସହ ଆଜି ତାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସମନ ପଠାଯାଇଥିଲା । ମାତ୍ର ଅଭିଜିତ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ  କରି ବାଚସ୍ପତି ଓ ସ୍ୱାଧୀକାର ଭଂଗକୁ ନେଇ ଗଠିତ ହୋଇଥିବା ଗୃହ କମିଟିକୁ ମେଲ୍ କରି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here