ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ପରିବର୍ତ୍ତେ ମିଳିବ ଇଣ୍ଡକସନ ଚୁଲା

0
177
captionssssssssssssssssssssssssssssssssbdswxsdbbbbbbbbbbbbbbbbbbbbbbbbbbbbbbb

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ଦର ବଢ଼ିବା ପରେ ସରକାର ଗରିବ ଲୋକଙ୍କୁ କମ ଟଙ୍କାରେ ଇଣ୍ଡକସନ ଚୁଲି ଦେବାକୁ ଯୋଜନା କରୁଛନ୍ତି । ଉଜ୍ଜ୍ୱଳା ଯୋଜନାରେ ସହଜ କିସ୍ତିରେ ଉପଭୋକ୍ତାଙ୍କୁ ଏହି ଇଣ୍ଡକସନ ଚୁଲି ବିତରଣ କରାଯାଇପାରିବ । ଏହା ଦ୍ୱାରା ପ୍ରତ୍ୟେକ ପରିବାରର ବାର୍ଷିକ ୧୫୦୦ ଟଙ୍କା ଖର୍ଚ୍ଚ କମ ହେବ । ଇଣ୍ଡକସନ ଚୁଲି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିତରଣ କରାଯିବ । କିସ୍ତି ହିସାବରେ ଚୁଲି କିଣିବାକୁ ଥିବା ପରିବାର ପ୍ରତ୍ୟେକ ମାସ ବିଦ୍ୟୁତ ବିଲ କିସ୍ତି ଆଦାୟ କରିବାକୁ ପଡ଼ିବ । ସିଙ୍ଗିଲ ଇଣ୍ଡକସନ ଚୁଲିର ମୂଲ୍ୟ ୮୦୦ ଟଙ୍କା ଓ ଡବଲ ଇଣ୍ଡକସନ ଚୁଲିର ଦର ୧୫୦୦ ଟଙ୍କା ହେବ । ସାଧାରଣ ପରିବାରରେ ଇଣ୍ଡକସନ ଚୁଲିରେ ରୋଷେଇ କଲେ ମାସିକ ପାଖାପାଖି ୧୦୦ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here