ଋଷିଆ-ଭାରତ ସାମରିକ ସଂପର୍କ ବଜାୟ ରହିବ

0
81
caption

ନୂଆଦିଲ୍ଲୀ : ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର କିଣିବାକୁ ନେଇ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ଏହାସତ୍ତ୍ୱେ ମଧ୍ୟ ଋଷିଆ ସହିତ ଭାରତ ସାମରିକ ସଂପର୍କ ବଜାୟ ରଖିବ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଛି । ଏଥିପାଇଁ ଆମେରିକାର କଟକଣା ରହିଥିଲେ ମଧ୍ୟ ସେ ସେତେଟା କଡା ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ଆମେରିକା ଚୁପ ହୋଇ ଯେ ବସିଯିବ ତାହା ଭାବିବା ଠିକ ନୁହେଁ । କାରଣ ଆମେରିକା ଏବେ ଭାରତ ବିରୋଧରେ କଟକଣା ଲଗାଇବାର ସଂକେତ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି “ଭାରତର ଏହି ଦୁଃସାହସର କଣ ଜବାବ ଦିଆଯିବ ତାହା ଏବେ ଆମେରିକା ବିଚାର କରୁଛି ।

LEAVE A REPLY

Please enter your comment!
Please enter your name here