ଓଡ଼ିଶା ଆସିବେ କିଙ୍ଗ ଖାନ୍

0
99

ଭୁବନେଶ୍ଵର : ଭାରତୀୟ ହକି ଟିମକୁ ଚିୟର କରିବାକୁ ଓଡିଶା ଆସିବେ ବଲିଉଡ ବାଦଶାହା ଶାହରୁଖ ଖାନ୍ । ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଶାହାରୁଖ ଯୋଗ ଦେବେ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୭ ତାରିଖରେ ଉଦଘାଟନୀ ଉତ୍ସବରେ ଶାହାରୁଖ ଯୋଗ ଦେବେ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ରିଟ୍ୱିଟ୍ କରି ଶାହାରୁଖ କହିଛନ୍ତି, ହକି ବିଶ୍ୱକପରେ ଯୋଗ ଦେବା ନେଇ ମୋର ଜଣାଇବାରେ ବିଳମ୍ବ ହୋଇଯାଇଛି । ହେଲେ ମୁଁ ଆପଣ ମାନଙ୍କୁ ଉତ୍ସାହିତ କରିବାକୁ ନିଶ୍ଚିତ ଯୋଗ ଦେବି । ମୋତେ ମନେପକାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ଏହାସହ ଶାହାରୁଖ ଟିମ ଇଣ୍ଡିଆକୁ ହକି ବିଶ୍ୱକପ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ କହିଛନ୍ତି । ହକି ଭାରତର ଗର୍ବ ଓ ଗୌରବ । ତେଣୁ ହକି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି କିଙ୍ଗ୍ ଖାନ । ଏସବୁ ଭିତରେ ହକି ବିଶ୍ୱକପର ଥିମ୍ ସ୍ଲୋଗାନ ‘ହାର୍ଟ ବିଟ୍ସ ଫର୍ ହକି’କୁ ସମର୍ଥନ କରି ଶାହାରୁଖ କହିଛନ୍ତି ମୋ ହୃଦୟ ମଧ୍ୟ ହକି ପାଇଁ ବହୁତ ଜୋରରେ ସ୍ପଦନ କରୁଛି । ଆଉ ଶାହାରୁଖଙ୍କ ଏହି ଟ୍ୱିଟକୁ ବେଶ ପସନ୍ଦ କରିଛନ୍ତି ହକି ପ୍ରେମୀ ।

LEAVE A REPLY

Please enter your comment!
Please enter your name here