କେନ୍ଦ୍ରାପଡା କୋର୍ଟରେ ସରକାରୀ ଓକିଲ ନିଯୁକ୍ତି

0
137

କେନ୍ଦ୍ରାପଡା : କେନ୍ଦ୍ରାପଡାର ବିଭିନ୍ନ ଫୌଜଦାରୀ ଓ ଦେଓବାନୀ ଅଦାଲତ ସହିତ ଜିଲ୍ଲାର ବିଭିନ୍ନ କୋର୍ଟରେ ୨୧ ଜଣ ସରକାରୀ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲା ଜର୍ଜ କୋର୍ଟରେ ଭୀମସେନ ଭୂୟାଁ .ପି.ପି. ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟରେ ସଂଜୟ କୁମାର ଜେନା ଆଡିସନାଲ ପି.ପି. ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜିଲ୍ଲାର ଅନ୍ୟ କୋର୍ଟରେ ମଧ୍ୟ ସରକାରୀ ଓକିଲ ନିଯୁକ୍ତ ହୋଇଛନ୍ତି । ସେଥିପାଇଁ ସମସ୍ତ ସରକାରୀ ଓକିଲ ତଥା ଜିଲ୍ଲା ବିଜେଡି ଲିଗାଲଫ୍ରଣ୍ଟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ, କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ଚରଣ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here