କୋକ୍ ଓଭନ ମରାମତି ସମୟରେ ବିସ୍ଫୋରଣ, ୮ ମୃତ , ୧୪ ଗୁରୁତର

0
80

ଛତିଶଗଡ : ଛତିଶଗଡ ଭିଲାଇ ଷ୍ଟିଲପ୍ଲାଂଟର କୋକ୍ ଓଭନ ନିକଟରେ ମରାମତି ସମୟରେ ଗ୍ୟାସ ପାଇପ୍ ଲାଇନ୍ ଫାଟି ଘଟିଛି ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଚି ଆହତ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମିଳିଥିବା ସୁଚନା ଅନୁଯାୟୀ ଉକ୍ତ ପ୍ଲାଣ୍ଟର କୋକ୍ ଓଭେନରେ ପାଖାପାଖି ୨୦ରୁ ଉଦ୍ଧ୍ୱର୍ ଶ୍ରମିକ କାମ କରୁଥିଲେ । କୋକ୍ ଓଭେନ ପାଶ୍ୱର୍ରେ ଥିବା ଏକ ବ୍ୟାଟେରୀ ନମ୍ବର ୧୧ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତାକୁ ମରାମତି କରୁଥିବା ସମୟରେ ହଠାତ୍ ଗ୍ୟାସ ପାଇପ୍ ଲାଇନରେ ବଡ଼ ଧରଣର ବିସ୍ଫୋରଣ ଘଟିଲା । ଯାହାଫଳରେ ସେଠାରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here