‘କୌନ ବନେଗା କରୋଡ଼ପତି’ ଶୋ’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ

0
391

ଭୁବନେଶ୍ଵର : ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ରାତି ୯ ଟାରେ ହେବାକୁଥିବା କେବିସି ପ୍ରୋଗ୍ରାମ ଜରିଆରେ ବିଗ୍ ବି’ଙ୍କ ସହ ନଜର ଆସିବେ ନବୀନ ।

ମିଳିଥିବା ସୂଚନା ଅନୁଯାୟୀ, ଏବେ ହକି ବିଶ୍ୱକପର ପ୍ରଚାର ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଯାହାର ଆଉ ଏକ ପାଦ କେବିସି ଜରିଆରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଏବେ ଓଡ଼ିଶା ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହକି ବିଶ୍ୱକପ କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେବ । ତେବେ ଏସବୁ ଭିତରେ ହକି ବିଶ୍ୱକପକୁ ପ୍ରମୋଟ କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଶୋ’ କେବିସିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକି ଟିମକୁ ନେଇ ଆସନ୍ତା କାଲି କେବିସିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ । ଯେଉଁଥିରେ ବିଶ୍ୱକପ ଅୟୋଜନ ନେଇ କିଭଳି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ତାହା ବର୍ଣ୍ଣନା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୁଚନା ମିଳିଛି ।

ସେହିପରି ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପକୁ ସଫଳ କରିବାକୁ କ୍ୟାମ୍ପେନର ସାଥ୍ ଦେଇଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଆସନ୍ତା କାଲି କେବିସି ସୋ’ରେ ଭାରତୀୟ ହକି ଟିମର ସଦସ୍ୟଙ୍କ ସହ ହକି ବିଶ୍ୱକପକୁ ନେଇ ଏକ ସ୍ୱତନ୍ତ୍ର ଉପସ୍ଥାପନା ଦେଖିବେ ସାରା ଦେଶବାସୀ । ଭାରତୀୟ ହକି ଟିମ୍ ଯେତେବେଳେ ପୁଣିଥରେ ବିଶ୍ୱର ଶ୍ରେଷ୍ଠ ୫ଟି ଦଳରେ ସ୍ଥାନ ପାଇଛି ସେତେବେଳେ ଦେଶବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଏବଂ ହକି ପ୍ରତି ଓଡିଶାବାସୀଙ୍କ ଭଲପାଇବା କଥା ଏହି ସୋ’ରେ ବଖାଣିବେ ଅମିତାଭ ।

LEAVE A REPLY

Please enter your comment!
Please enter your name here