ଗ୍ୟାସ ପାଇପ୍ ବିସ୍ପୋରଣରେ ୭୦ଟି ସ୍ଥାନରେ ନିଆଁ

0
77

ନୂଆଦିଲ୍ଲୀ : ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ପୋରଣ ହୋଇଛି ସେଠାରୁ ରହିଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନିଆଯାଉଛି ।

ଏହି ବିସ୍ପୋରଣ ପରେ ସାରା ଅଞ୍ଚଳରେ ବିସ୍ପୋରଣର ଧୂଆଁ ଖେଳିଯାଇଥିଲା । ବ୍ଲାଷ୍ଟନ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ହୋଇଥିବା ଲୋକଙ୍କୁ ଲାରେଂସ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ କହିବା ମୁତାବକ ସେହି ଅଂଚଳର ୭୦ଟି ସ୍ଥାନରେ ନିଆଁ ଲାଗିଛି । ଗ୍ୟାସ ପାଇପ୍ ଲାଇନ୍ ନିଆଁ ଲାଗିଥିବାରୁ ଏହା ଚାରିଆଡ଼କୁ ଖେଳିଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here