ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ପ୍ରିନ୍ସିପାଲ୍‌ ଗିରଫ

0
164
caption 1

କଳାହାଣ୍ଡି : ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷୀୟା ଛାତ୍ରୀଙ୍କୁ କଳାହାଣ୍ଡିର ଏକ ସ୍କୁଲ୍‌ ପ୍ରିନ୍ସିପାଲ୍‌ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ବାପାମାଆ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରିନ୍ସିପାଲ୍‌ ରିସେସ୍‌ ସମୟରେ ନାବାଳିକା ପୀଡ଼ିତାଙ୍କୁ ଡାକି ତାଙ୍କ ଗୋଡ଼ ମୋଡ଼ିବାକୁ କହିଥିଲେ। କିଛି ସମୟ ପରେ ଅଭିଯୁକ୍ତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୀଡ଼ିତା ଜଣକ ଏସବୁ କଥା ଯାଇ ନିଜ ମାଆଙ୍କ ସମ୍ମୁଖରେ କହିବା ପରେ ଘଟଣାର ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ ହୋଇଥିଲା । ଶନିବାର ପୁଲିସ୍‌ ଅଭିଯୁକ୍ତ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here