ଜମ୍ମୁରେ ଏନକାଉଣ୍ଟର, ୮ଆତଙ୍କବାଦୀ ନିହତ

0
133

ଜମ୍ମୁ : ଜମ୍ମୁ କଶ୍ମୀରରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୮ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି  । ଘାଟିର ରିଆସୀ ଜିଲ୍ଲାରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିବା ବେଳେ ସୋପାରରେ ୨ ଜଣ ଓ ନିୟନ୍ତ୍ରଣ ରେଖା ନିକଟରେ ୩ ଆତଙ୍କବାଦୀ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛନ୍ତି । ଏହା ଛଡା ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ନଗରୋଟା ପୁଲିସ ଉପାଧିକ୍ଷଙ୍କ ସମେତ ୧୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଜାତୀୟ ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଘେରାବନ୍ଦୀ ଓ ତଲାସି ଅଭିଯାନ ସମୟରେ ସୁରକ୍ଷାବାହିନୀ ରିଆସୀ ଜିଲ୍ଲାର କକରିଆଲ ଅଞ୍ଚଳରେ ଏକ ଘର ନିକଟକୁ ପହଞ୍ଚି ଯାଇଥିଲେ। ସେଠାରେ ସେମାନେ ଆତଙ୍କବାଦୀମାନଙ୍କୁ ଘେରାବନ୍ଦୀ କରିଥିଲେ। ସେ କହିଛନ୍ତି, ସିଆରପିଏଫ, ପୁଲିସ ଓ ସେନାର ଯବାନଙ୍କ ମିଳିତ ଅଭିଯାନ ବଳରେ ଏନ୍‌କାଉଣ୍ଟର ହୋଇଥିଲା। ଅଧିକାରୀ କହିଛନ୍ତି ‘ଜୈଶ-ଏ-ମହମ୍ମଦ’ର ୩ ଜଣ ଆତଙ୍କବାଦୀଙ୍କ ସଂପର୍କରେ ତଥ୍ୟ ଜାଣିବା ପାଇଁ ବୁଧବାର ଠାରୁ ତଲାସି ଅଭିଯାନ ଜାରି ରହିଥିଲା। ନିହତ ହୋଇଥିବା ଆତଙ୍କବାଦୀଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ।

LEAVE A REPLY

Please enter your comment!
Please enter your name here