‘ଜଲେବି’ ଟ୍ରେଲର ରିଲିଜ

0
156

ମୁମ୍ବାଇ : ଆସୁଛି ମହେଶ ଓ ମୁକେଶ ଭଟ୍ଟଙ୍କ ମଜାଦାର ମୁଭି ‘ଜଲେବି’ । କିଛି ଦିନ ତଳେ ସିନୋମାର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । । ଚଳଚିତ୍ରର ମୁଖ୍ୟ ଅଭିନେତ୍ରୀ ରିଆ ଚକ୍ରବତୀ ବଏଫ୍ରେଣ୍ଡ ବରୁଣ ମିତ୍ରଙ୍କୁ ଚୁମା ଦେଇଥିବାର ନଜର ଆସିଛନ୍ତି । ଡେନିମ ଜିନ୍ସ ଓ ଗୋଲାପି ରଙ୍ଗର ଟପ ପିନ୍ଧି ଟ୍ରେନ ବଗିର ଝର୍କାରୁ କିସ କରୁଥିବା ଦୃଶ୍ୟ ବେଶ ଚର୍ଚ୍ଚିତ ହୋଇଛି । ଏହି ଦୁହିଁଙ୍କ କିସ ସିନ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଦେଖିବାକୁ ଏକ ଏୟରେ ଚାହିଁ ରହିଛନ୍ତି । ଉଭୟଙ୍କ ମଧ୍ୟରେ ଚାଲଥିବା ଏହି ସିନ ଦର୍ଶାଇ ଦେଉଛି ଯେ, ଫିଲ୍ମ ‘ଜଲେବି’ରେ ଦୁଇଜଣଙ୍କ ମଧ୍ୟରେ କିପରି ଭଲ ପାଇବା ରହିଛି ।

ଚଳିତ ବର୍ଷ ଅକ୍ଟେବର ମାସ ୧୨ ତାରିଖରେ ଏହି ସିନେମାଟି ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳିବ । ନବାଗତ ବରୁଣ ପ୍ରଥମ କରି ବଲିଉଡରେ ପ୍ରଥମ କରି ପାଦ ଥାପିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପଦୀପ ଭରଦ୍ୱାଜ । ଫିଲ୍ମଟି ସଙ୍ଗୀତ ଭତିକ ପ୍ରେମ କାହଣୀ ଉପରେ ଆଧାରିତ । ଏଥିରେ ଟେଲିଭିଜନ ନାୟିକା ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଭିନ୍ନ ଭୁମିକାରେ ଦେଖିବାକୁ ମିଳିବ ।

ଏହି ସନେମାରେ ସେ ମଧ୍ୟ ପ୍ରଥମ କରି ବଡ ପରଦାରେ ପାଦ ଥାପିବାକୁ ଯାଉଛନ୍ତି । ମହେଶ ଭଟ୍ଟ ଓ ମୁକେଶ ଭଟ୍ଟ ପ୍ରଯୋଜନା ସଂସ୍ଥା ଏକାଧିକ ନବାଗତାଙ୍କୁ ବଲିଉଡରେ ପ୍ରବେଶ କରିବାର ସୁଯୋଗ ଦେଉଛନ୍ତି । ଖାଲି ଅପେକ୍ଷା ରହିଲା ଅକ୍ଟୋବରକୁ ଏହି ନବାଗତାମାନେ ଜଲେବିରେ କି କମାଲ ଦେଖାଉଛନ୍ତି ।

LEAVE A REPLY

Please enter your comment!
Please enter your name here