ଜଷ୍ଟିସ ଗୋଗୋଇ ୪୬ତମ ପ୍ରଧାନବିଚାରପତି ଭାବେ ନିଯୁକ୍ତ

0
106

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ହେବେ ଦେଶର ୪୬ତମ ପ୍ରଧାନ ବିଚାରପତି। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖରେ ବର୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅବସର ନେବା ପରେ ୩ ତାରିଖରେ ଜଷ୍ଟିସ ଗୋଗୋଇ ଏହି ଦାୟିତ୍ୱ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍ ଗୋଗୋଇ ଥିଲେ ଅନ୍ୟତମ। ସୁପ୍ରିମକୋର୍ଟର ‘ସ୍ୱାଧୀନତା’ ପାଇଁ ସେ ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କର ନୁଆ ନିଯୁକ୍ତି ଉପରେ ସମସ୍ତଙ୍କର ନଜର ଥିଲା। ତେବେ ପୂର୍ବରୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ନେଇ କୌଣସି ବିବାଦ ସୃଷ୍ଟି ହେବା ସରକାର ଚାହାନ୍ତି ନାହିଁ। ପରଂପରା ଅନୁଯାୟୀ ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଗୋଗୋଇଙ୍କ ନାମ ଗତ ୪ ତାରିଖ ଦିନ ସରକାରଙ୍କୁ ସୁପାରିସ କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here