‘ତିତଲି’ ପାଇଁ ୪ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

0
191

ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ଗଂଜାମ, ଗଜପତି, ଜଗତସିଂହପୁର ଓ ପୁରୀରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏଥିସହିତ ପରିସ୍ଥିତି ଦେଖି ଅନ୍ୟ ଜିଲ୍ଲା ସର୍ମ୍ପକରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେହିପରି ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମକୁ ପ୍ରସ୍ତୁତ ରଖାଯାଇଛି । ମଙ୍ଗଳବାର ୬ଟି ଏନଡିଆରଏଫ ଟିମକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ପୁରୀ, କେନ୍ଦ୍ରାପଡା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗଡକୁ ପଠାଯାଇଛି । ୟେଲୋ ଓ ରେଡ୍ ୱାଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ଉପରେ ସ୍ୱନ୍ତ୍ରନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here