ଥାନାରେ ଏତଲା ଦେଲେ ରାଉଡି ରାଠୋର

0
137

ମୁମ୍ବାଇ : ବଲିଉଡ୍‌ରେ ବେସ୍‌ ନାଁ କମେଇ ସାରିଥିବା ଏବଂ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ କିଣି ପାରିଥିବା ତଥା ବର୍ତ୍ତମାନ ସମୟରେ ଆଗଧାଡିର ରହିଥିବା ଅଭିନେତା ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ । ତାଙ୍କର ଗୋଟିଏ ଭାଷଣ ଏବେ ସୋସିଆଲ୍‌ ମିଡିଆରେ ବେଶ ଚହଳ ସୃଷ୍ଟି କରିଛି । ତେବେ ସେହି ଭାଷଣଟି ସମ୍ପୁର୍ଣ୍ଣ ରୁପେ ତାଙ୍କର ନଥିବା ଅକ୍ଷୟ କହିଛନ୍ତି । ଅକ୍ଷୟ କୁମାରଙ୍କ କହିବାନୁଯାୟୀ ସେହି ଭାଷଣ ସମୟରେ ସେ କୌଣସି ହିରୋଇନଙ୍କ ନାଁ ନେଇ ନାହାନ୍ତି । କିନ୍ତୁ ତାଙ୍କର ଏହି ଭାଷଣ ଯେତେବେଳେ ୟୁଟ୍ୟୁବ୍‌ରେ ସେ ଦେଖିଥିଲେ ସେତେବେଳେ ଜଣେ ହିରୋଇନଙ୍କ ନାଁ ରହିଥିଲା । ତାଙ୍କ ଭାଷଣ ଭିଡିଓକୁ କେହି ଅପମିଶ୍ରଣ କରି ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିଛନ୍ତି ବୋଲି ଅକ୍ଷୟ ଅଭିଯୋଗ କରିଛନ୍ତି । ତେବେ ଏଥିପାଇଁ ଅନେକ ମହଲରୁ ଅକ୍ଷୟ କୁମାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଘଟଣାକୁ ନେଇ ଅକ୍ଷୟ କୁମାର ସାଇବର କ୍ରାଇମ୍‌ ଥାନାରେ ଶନିବାର ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here