ଦୁର୍ଦାନ୍ତ ନକ୍ସଲ ରାମାର ଆତ୍ମସମର୍ପଣ

0
32

ନୂଆଦିଲ୍ଲୀ : ଛତିଶଗଡ଼ ନକ୍ସଲଙ୍କ ଶୀର୍ଷ ନେତୃତ୍ୱର ଥିବା ଦୁର୍ଦାନ୍ତ ନକ୍ସଲ ଭେଟ୍ଟି ରାମା ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ନକ୍ସଲଙ୍କ ବଡ଼ବଡ଼ ନକ୍ସଲି ମାମଲାରେ ଭେଟ୍ଟି ରାମାର ମୁଖ୍ୟ ଭୂମିକା ରହିଥିଲା। ଭେଟ୍ଟି ରାମ ଗତ ୨୩ବର୍ଷ ହେବ ନକ୍ସଲ ସଙ୍ଗଠନରେ ସକ୍ରିୟ ଭୂମିକା ନିଭାଇ ଆସିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ନକ୍ସଲ ସଙ୍ଗଠନର ନୀତିରେ ବିରକ୍ତ ହୋଇ ରାମା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସ୍ଥିର କରିଥିଲା। ତେଣୁ ସୁକମା ପୁଲିସ ମୁଖ୍ୟାଳୟରେ ରାମା ଗତ ଗୁରୁବାର ଦ୍ୱିପହର ପାଖାପାଖି ଆଢ଼େଇଟାରେ ଆଇଜି ବିବେକାନନ୍ଦ ସିହ୍ନାଙ୍କ ସମକ୍ଷରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ରାମର ମୁଣ୍ଡାପିଛା ଆଠଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here