ନକ୍ସଲ ଭୟ, ଗାଁ ଛାଡିଲେ ୩୦ଯୁବକ ଯୁବତୀ

0
112

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନକ୍ସଲ ଭୟ ଲୋକଙ୍କ ନିଦ ହଜାଇଲାଣି । ସରକାର ଯେତେ ଚେଷ୍ଟା  କଲେ ମଧ୍ୟ ଲୋକଙ୍କ ଭୟ ଦୂରକରି ପାରୁନାହାନ୍ତି । ଏବେ ନକ୍ସଲ ଭୟରେ ତୁଳସୀଗାଁର ୨୫ରୁ ୩୦ ଜଣ ଯୁବକ ଯୁବତୀ ଘର ଛାଡିଛନ୍ତି ।

ଏହି ଗାଁ ଛାଡିଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରଛାତ୍ରୀ । ଏମାନଙ୍କୁ ସଂଗଠନରେ ସାମିଲ ହେବାକୁ ନକ୍ସଲପନ୍ଥୀମାନେ ବାଧ୍ୟ କରୁବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି । କାରଣ ନକ୍ସଲମାନଙ୍କ କଥାରେ ସହମତ ନହେଲେ ସେମାନେ ଯୁବକ ଯୁବତୀଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ଉଠୁଛି ।

LEAVE A REPLY

Please enter your comment!
Please enter your name here