ନୀତିଶ କୁମାରଙ୍କୁ ଚପଲ ମାଡ

0
323

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ଚପଲ ମାଡ ହୋଇଛି । ଛାତ୍ରସମାବେଶକୁ ଉଦବୋଧନ ଦେବା ସମୟରେ ଘଟିଛି ଏହି ଘଟଣା । ଚପଲ ଫିଙ୍ଗିଥିବା ଯୁବକକୁ ଜେଡିୟୁ କର୍ମୀମାନେ ନିସ୍ତୁକ ମାଡମାରି ପୋଲିସରେ ଜିମା ଦେଇଛନ୍ତି ।

ବିହାରର ରାଜଧାନୀ ପାଟନା ଠାରେ ଚାଲିଥିଲା ଜେଡିୟୁର ଛାତ୍ର ସମାବେଶ । ଏହି ଛାତ୍ର ସମାବେଶକୁ ଉଦବୋଧନ ଦେବା ପାଇଁ ମଂଚରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।କିନ୍ତୁ ଅଘଟଣ  ଘଟିଥିଲା । ହଠାତ ଚନ୍ଦନ ତିଓାରୀ ନାମକ ଜଣେ ଯୁବକ ନୀତିଶଙ୍କୁ ଲକ୍ଷକରି ଜୋତା ଫିଙ୍ଗିଥିଲେ । ଅବଶ୍ୟ ସୁରକ୍ଷା କର୍ମୀମାନେ ନୀତିଶଙ୍କୁ ଘେରିଯିବାରୁ ସେ ବର୍ତ୍ତୀ ଯାଇଥିଲେ । ପରେ ଜୋତା ଫିଙ୍ଗିଥିବା ଯୁବକଙ୍କୁ ଜେଡିୟୁ ଯୁବକର୍ମୀଙ୍କ ମାଡର ଶିକାର ହେବାକୁ ପଡିଥିଲା । ଚର୍ଚା ହେଉଛି ଚନ୍ଦନ ଔରଙ୍ଗାବାଦ ଅଂଚଳର ବାସିନ୍ଦା । ସବର୍ଣ୍ଣ ସେନାର ଜଣେ ସଦସ୍ୟ । ପୂର୍ବରୁ ଆରକ୍ଷଣକୁ ବିରୋଧ କରି ବିହାର ଯୁବକଙ୍କ ଭବିଷ୍ୟତ ଏବଂ ରୋଜଗାର ସହ ନୀତିଶ ଖେଳୁଥିବା ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here