ପରଦାରେ ରୋମାନ୍ସ କରିବେ ଶ୍ରଦ୍ଧା ଓ ସୁଶାନ୍ତ

0
109

ମୁମ୍ବାଇ : ନିତେଶ ତିୱାରୀଙ୍କ ଫିଲ୍ମ ’ଛିଛୋରେ’ ର ଚର୍ଚ୍ଚା ହେବାରେ ଲାଗିଛି । ନିତେଶ ଦଙ୍ଗଲ ପରେ ଏହି ଫିଲ୍ମକୁ ତିଆରି କରିବା ପାଇଁ ନିଷ୍ପତି ନେଇସାରିଛନ୍ତି । କିଛି ଦିନ ପୂର୍ବରୁ ଏକ ଫଟୋ ସେ ମଧ୍ୟ ସେୟାର କରିଥିଲେ । ଯାହାକୁ ଦେଖି ଜାଣିହେବ ଯେ, ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଲାଣି । ସେ ଫିଲ୍ମର କଳାକାରମାନଙ୍କୁ ନେଇ ସସ୍‌ପେନ୍ସ ରଖିଛନ୍ତି ।

ଏବେଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ପ୍ରଥମ ଥର ପାଇଁ ଶ୍ରଦ୍ଧା କପୁର ଏବଂ ସୁଶାନ୍ତ ସିଂ ରାଜପୁତ ଏକାସାଥେ ନଜର ଆସିବେ । ତେବେ ସେୟାର ହୋଇଥିବା ଫଟୋର ଫାଷ୍ଟ ଲୁକ ଦେଖିଲେ ଏହା ଜଣାପଡୁଛି କି ଏହି ଫିଲ୍ମରେ ସବୁ କଳାକାରମାନେ ଦୁଇଟି ଜେନେରେସନରେ ନଜର ଆସିବେ । ସୁଶାନ୍ତ ସିଂ ରାଜପୁତ, ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ବରୁଣ ଶର୍ମା ମଧ୍ୟ ନଜର ଆସିବେ । ନିତେଶଙ୍କ ଫିଲ୍ମ ଦଙ୍ଗଲ ବହୁତ ସଫଳ ହୋଇଥିଲା । ଏହି ଫିଲ୍ମଟି ଆଗାମୀ ବର୍ଷ ୩୦ ଅଗଷ୍ଟରେ ରିଲିଜ ହେବ । ଫିଲ୍ମର ନିର୍ମାଣ ସାଜିଦ ନାଡିୟାଡୱାଲା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here