ପ୍ରେମିକାର ଖର୍ଚ୍ଚ ପାଇଁ ଚୋରି କରି ଧରାପଡ଼ିଲେ ଗୁଗ୍‌ଲ୍‌ ଇଞ୍ଜିନିୟର୍‌

0
271

ନୂଆଦିଲ୍ଲୀ : ଗୁଗ୍‌ଲ୍‌ରେ ଚାକିରି କରୁଥିବା ଜଣେ ୨୪ ବର୍ଷିୟ ଇଞ୍ଜିନିୟର୍‌ ପ୍ରେମିକାର ଖର୍ଚ୍ଚ ତୁଲାଇବାକୁ ଟଙ୍କା ଚୋରି କରି ଧରାପଡ଼ିଥିବା କଥା ଚର୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ଜଣକ ହରିୟାଣାର ଅମ୍ବାଲା ଜିଲ୍ଲା ଅନ୍ତର୍ଗତ ବାସିନ୍ଦା ଗର୍ବିତ ସାହାଣି ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୧ ତାରିଖ ଦିନ ଆଇବିଏମ୍‌ ଏବଂ ଏକ ଗଣମାଧ୍ୟମ ସଂସ୍ଥାନ ଦିଲ୍ଲୀ ତାଜ୍‌ ପାଲେସ୍‌ ଠାରେ ଏମ୍‌ଏନ୍‌ସିର ବରିଷ୍ଠ ଏକ୍‌ଜୁକ୍ୟୁଟିଭ୍‌ଙ୍କ ସମ୍ମିଳନୀ ଆୟୋଜନ କରିଥିଲେ। ସମ୍ମିଳନୀ ସମୟରେ ହଠାତ ଦେବଯାନୀ ଜୈନ୍‌ ନାମକ ଜଣେ ଯୁବତୀ ଚିତ୍କାର କରି କହିଲେ ଯେ, ତାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରୁ ୧୦ ହଜାର ଟଙ୍କା ଚୋରି ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସଙ୍ଗେସଙ୍ଗେ ଟଙ୍କା ଖୋଜା ଅଭିଯାନ ଆରମ୍ଭ କରି ମଧ୍ୟ ବିଫଳ ହୋଇଥିଲେ । ଏହାର କିଛି ସମୟ ପରେ ସ୍ଥାନୀୟ ପୋଲିସ ପହଞ୍ଚି ଏକ ଚୋରୀ ମାମଲା ରୁଜୁ କରି ହୋଟେଲ୍‌ ପରିଧିରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ରେକର୍ଡିଙ୍ଗ୍‌ ବିଶ୍ଳେଷଣ କରି ପୁଲିସ ସନ୍ଦିଗ୍ଧ ଉପରେ ଧ୍ୟାନ୍‌ ରଖିବା ପରେ ଆମନ୍ତ୍ରିତଙ୍କ ତାଲିକା ମଧ୍ୟରୁ ତା’ର ପରିଚୟ ପାଇଲା । ହୋଟେଲ୍‌ର ବାହାର ପରିଧିରେ ଥିବା କ୍ୟାମେରାଗୁଡ଼ିକର ଫୁଟେଜ୍‌ରେ ଦେଖାଗଲା ଅଭୁଯୁକ୍ତ ଏକ କ୍ୟାବ୍‌ରେ ଆସୁଛନ୍ତି। କ୍ୟାବ୍‌ର ରେଜିଷ୍ଟ୍ରେନସ୍‌ ନମ୍ବର ଏବଂ ଯେଉଁ ମୋବାଇଲ୍‌ ନମ୍ବରରେ ବୁକ୍‌ ହୋଇଥିଲା ତାହା ପୋଲିସକୁ ମିଳିବା ପରେ ମଙ୍ଗଳବାର ଅଭିଯୁକ୍ତକୁ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଥିଲା । ପଚରାଉଚୁରା ବେଳେ ଗର୍ବିତ ସାହାଣି ପୁଲିସକୁ କହିଲେ ଯେ ଆର୍ଥିକ ଅନଟନ ଯୋଗୁଁ ପ୍ରେମିକାର ଖର୍ଚ୍ଚ ତୁଲାଇ ପାରୁ ନ ଥିବାରୁ ସେ ଚୋରି କରିଛନ୍ତି।

LEAVE A REPLY

Please enter your comment!
Please enter your name here