ବଜାରକୁ ଆସିଲା ପାତଞ୍ଜଳୀ କ୍ଷୀର “ଦୁଗ୍ଧାମୃତ”

0
105

ନୂଆଦିଲ୍ଲୀ : ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଏବେ ଗାଈ କ୍ଷୀର ମଧ୍ୟ ବିକ୍ରି କରିବ । ଏହା ସହିତ ଏହି କମ୍ପାନୀ ଦହି, ଛେନା ଓ ପନୀର ମଧ୍ୟ ବିକ୍ରି କରିବ । ପ୍ରଥମେ ଏହି ସାମଗ୍ରୀ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ ଅଂଚଳ ଯଥା (ଏନସିଆର) ରାଜସ୍ଥାନ, ହରିୟାଣା, ଓ ମାହାରାଷ୍ଟ୍ରରେ ଉପଲବ୍ଧ ହେବ । ଏହାର େଔପଚାରିକ ବଜାର ପ୍ରବେଶ ଆଜି ବାବା ରାମଦେବ ଦିଲ୍ଲୀରେ କରିଛନ୍ତି । ରାମଦେବ ନିଜ କମ୍ପାନୀ କ୍ଷୀରର ନାମ ଦୁଗ୍ଧାମୃତ ରଖିଛନ୍ତି । ପତଞ୍ଜଳି ଏହି କ୍ଷୀରର ଦାମ ୪୦ ଟଙ୍କା ରଖିଛନ୍ତି । ଯାହାକି ମାର୍କେଟ ବିକ୍ରି ହେଉଥିବା ଅନ୍ୟ କମ୍ପାନୀ କ୍ଷୀର ତୁଳନାରେ ଖୁବ ଶସ୍ତା ବୋଲି କୁହାଯଇଛି ।

ପତଞ୍ଜଳୀର ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆରମ୍ଭରୁ ଏହା ୪ ଲକ୍ଷ ଲିଟିର ତରଳ କ୍ଷୀର ବଜାରରେ ବିକ୍ରି କରାଯିବ । ଧିରେ ଧିରେ ଏହାର କ୍ଷମତା ବଢାଯିବ । କମ୍ପାନୀର ଯୋଜନା ଆଗାମୀ ୬ମାସ ଏହି ବ୍ୟବସାୟ ୫୦୦କୋଟି ଟଙ୍କାରେ ପହଂଚିଯିବାର ଯୋଜନା ରହିଛି ।

କମ୍ପାନୀର ଦାବି ଯେ, ସମସ୍ତ ସାମଗ୍ରୀରେ କୌଣସୀ ମିଶ୍ରଣ କରାଯାଇ ନାହିଁ ଓ ଗ୍ରାହାକମାନଙ୍କୁ ଶୁଦ୍ଧ ସାମଗ୍ରୀ ମିଳିବ । ପତଞ୍ଜଳୀ ଆର‌୍ୟୁବେଦର ପ୍ରବକ୍ତା କହିଛନ୍ତି କି, ଲୋକମାନଙ୍କୁ ଗାଇର ଶୁଦ୍ଧ କ୍ଷୀର ଓ ଏଥିରୁ ତିଆରି ହେଉଥିବା ଉତ୍ପାଦନ ବର୍ତମାନ ବହୁତ କମ ମୂଲ୍ୟରେ ମିଳିବ । ପତାଞ୍ଜଳୀ ଫ୍ରିଜନ ମଟର ଓ ଆହୁରି ମଧ୍ୟ କଟା ପରିବା ସହିତ ବିଭିନ୍ନ ଉତ୍ପାଦନ ମଧ୍ୟ ଲଂଚ କରିଛି ।

LEAVE A REPLY

Please enter your comment!
Please enter your name here