ଭିଜିଲାନ୍ସ ଜାଲରେ ଥାନାଧିକାରୀ

0
138

ବାରିପଦା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ଅଧିକାରୀ । ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶରତ ଥାନା ଓଆଇସି ଘନଶ୍ୟାମ ମଲ୍ଲିକ ଏବ˚ କନ୍‌ଷ୍ଟେବଳ ଡମ୍ବରୁଧର ମୁର୍ମୁ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୧୨ରେ ବାଲେଶ୍ବର ନୀଳଗିରି ଥାନା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଓଡ଼ି ୦୧ ୬୦୭୧ ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ଶରତ ଥାନା ପୁଲିସ୍‌ ଜବତ କରିଥିଲା । ତେବେ ଏହି ଗାଡ଼ିକୁ ଛାଡ଼ିବା ବଦଳରେ ରାଜେନ୍ଦ୍ରଙ୍କ ଠାରୁ ଥାନାଧିକାରୀ ଶ୍ରୀ ମଲ୍ଲିକ ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏଥିରେ ସହଯୋଗ କରିଥିଲେ କନଷ୍ଟେବଳ ଡମ୍ବରୁଧର ମୁର୍ମୁ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କେସ୍‌ ନ˚-୪୩/୧୮ କ୍ରମେ ଉଭୟଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here