ମଧ୍ୟପ୍ରଦେଶ ଝିଅମାନଙ୍କୁ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବା ମନା

0
252

ମଧ୍ୟପ୍ରଦେଶ : ଗର୍ବା ଉତ୍ସବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅଲିରାଜପୁରର ମାଳି ସମ୍ପ୍ରଦାୟର ୧୦ ବର୍ଷରୁ ଅଧିକ ବୟସର ଝିଅମାନଙ୍କୁ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବାକୁ ବାରଣ କରାଯାଇଛି।

ଅଲିରାଜପୁର ସମ୍ପ୍ରଦାୟର ମହିଳା କମିଟିର ଅଧ୍ୟକ୍ଷା ମଞ୍ଜୁଳା ମାଳି କହିଛନ୍ତି ଯେ, ଆମେ ଗର୍ବା ଉତ୍ସବ ପାଳୁଛୁ। ଆମେ ସ୍ଥିର କରିଛୁ ଯେ ୧୦ ବର୍ଷରୁ ଅଧିକ ବୟସର ଝିଅମାନେ ଜିନ୍‌ସ୍‌ ଓ ଟପ୍‌ ପିନ୍ଧିବେ ନାହିଁ । ଏହାର କାରଣ ହେଲା, ପୁରୁଷମାନେ ନାରୀମାନଙ୍କୁ ଶୋଭନୀୟ ଦୃଷ୍ଟିରେ ଦେଖନ୍ତି ନାହିଁ। ତେଣୁ, ଆମେ ଆମ ଝିଅମାନଙ୍କୁ ବୁଝାଇ ଦେବା ଦରକାର। ଅନ୍ୟପକ୍ଷରେ ଏହି ନିଷ୍ପତ୍ତିକୁ ମାଳି ସମ୍ପ୍ରଦାୟର ଅଧ୍ୟକ୍ଷ ହିମ୍ମତ୍‌ ମାଳି ପୁରୁଷମାନଙ୍କ ପକ୍ଷରୁ ସମ୍ମତି ପ୍ରଦାନ କରି କହିଛନ୍ତି ଯେ,  ପୁଅମାନେ ଝିଅମାନଙ୍କୁ ଭଲ ନଜରରେ ଦେଖୁ ନ ଥିବାରୁ ଆମେ ଏହି ନିଷ୍ପତ୍ତି ନେଇଛୁ । ଧାର୍ମିକ ଓ ପ୍ରାଥା ଅନୁଯାୟୀ ଆମେ ଏହି ପର୍ବ ପାଳିବାକୁ ଚାହୁଁଛୁ।

LEAVE A REPLY

Please enter your comment!
Please enter your name here