ମାତ୍ର ୧ ଟଙ୍କାରେ ମିଳିବ ଅନରର ସ୍ମାର୍ଟଫୋନ

0
245
attachment caption

ନୂଆଦିଲ୍ଲୀ : ଆଗକୁ ଦଶହରା ଅଛି । ସେଥିପାଇଁ ଦେଶର ଦୁଇ ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପକାର୍ଟ ଓ ଆମାଜନ ପକ୍ଷରୁ ଯଥାକ୍ରମେ ବିଗ୍‌ ବିଲିୟନ ଡେ ଓ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସଂପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ମିଳିବ । ତେବେ ସ୍ମାର୍ଟଫୋନ କମ୍ପାନି ଅନର ମଧ୍ୟ ଏକ ଆକର୍ଷଣୀୟ ଅଫର ଅନର ଦଶହରା ସେଲ ଘୋଷଣା କରିଛି । ଏହା ଅକ୍ଟୋବର ୧୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସେଲ ଅଧିନରେ କମ୍ପାନି ନିଜର ହାଣ୍ଡସେଟଗୁଡିକ ଉପରେ ଆକର୍ଷଣୀୟ ରିହାତି ଓ ଗିଫ୍ଟ କୁପନ ପ୍ରଦାନ କରୁଛି । କିନ୍ତୁ ସବୁଠାରୁ ଆକର୍ଷଣୀୟ ଅଫର ହେଉଛି ମାତ୍ର ୧ ଟଙ୍କାରେ ଅନର-୮ ପ୍ରୋ (ମୂଲ୍ୟ ୨୯,୯୯୯ ଟଙ୍କା) ମିଳିବ । ଆସନ୍ତା ୧୨ ତାରିଖ ଦିନ ୧୧ଟା ୪୫ରେ ଏହା ମିଳିବ । କମ୍ପାନିର ଆଉ ଏକ ସ୍ମାର୍ଟଫୋନ ଅନର ୭ଏ ମଧ୍ୟ ମାତ୍ର ୧ ଟଙ୍କାରେ ମିଳିବ । ଏହା ୯ ତାରିଖ ଦିନ ୧୧ଟା ୪୫ରେ ଏହା ମିଳିବ । କମ୍ପାନିର ଆଉ ଏକ ଫୋନ ଅନର ବ୍ୟାଣ୍ଡ-୩ ମଧ୍ୟ ୧୫ ତାରିଖ ଦିନ ସେହି ସମୟରେ ମାତ୍ର ୧ ଟଙ୍କାରେ ମିଳିବ । ତେବେ ସୀମିତ ଷ୍ଟକ ପାଇଁ ଏହି ଅଫରଟି ଖୋଲା ରହିବ । ଆପଣ ବି ଭାଗ୍ୟଶାଳୀ ଥିଲେ ପାଇପାରିବେ । sale.hihonor.com େଓ୍ଵବସାଇଟରେ ଏହା ମିଳିପାରିବ ।

LEAVE A REPLY

Please enter your comment!
Please enter your name here