ଯୌନ ଶୋଷଣ ବିବାଦରେ ‘ସଂସ୍କାରୀ ବାପା’

0
196

ମୁମ୍ବାଇ : ଯୌନ ଶୋଷଣ ବିବାଦରେ ବଲିଉଡ୍ କଳାକାର ଆଲୋକ ନାଥ । ଛୋଟ ପରଦାର ଜଣାଶୁଣା କଳାକାର ଆଲୋକନାଥଙ୍କ ବିରୋଧରେ ଆସିଛି ଯୌନଶୋଷଣର ସଙ୍ଗିନ୍ ଅଭିଯୋଗ । ମହିଳା ପ୍ରଡ୍ୟୁସର ବିନୀତା ନନ୍ଦା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ।

୯୦ ଦଶକର ଟେଲି ସୋ ତାରାର ନିର୍ମାଣ ବେଳେ ଆଲୋକ ନାଥ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ବିନୀତା । ଏନେଇ ବିନୀତା ତାଙ୍କ ଫେସବୁକ ପେଜରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ସେ ଏହି ପୋଷ୍ଟରେ ଆଲୋକ ନାଥଙ୍କ ନାଁ ନେଇନାହାନ୍ତି, କିନ୍ତୁ ଆଲୋକ ଯେଉଁ ସରିଏଲରେ ଅଭିନୟ କରୁଛନ୍ତି ସେହି ସିରିଏଲ ନାଁ ସେ ଉଲ୍ଲେଖ କରିିଛନ୍ତି । ସଂସ୍କାରୀ ବାବୁଜୀ ଭାବେ ପରିଚିତ ଆଲୋକ ନାଥଙ୍କ ନାଁ ଏଥିସହ ବିବାଦ ଘେରକୁ ଚାଲିଆସିଥିବା ବେଳେ ସମୟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଲୋକ ନାଥ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here