ରାଜ୍ୟବାସୀଙ୍କୁ ନିରଞ୍ଜନଙ୍କ ଶାରଦୀୟ ଅଭିନନ୍ଦନ

0
32

ଭୁବନେଶ୍ଵର : ପବିତ୍ର ଦଶହରା ଏବଂ ନବରାତ୍ରି ପର୍ବ ଉପଲକ୍ଷେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶାର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ‘ଅଧର୍ମ ଉପରେ ଧର୍ମର ଜୟ’ର ପ୍ରତୀକ ଭାବରେ ପାଳନ କରାଯାଉଥିବା ଏହି ପର୍ବ ରାଜ୍ୟରୁ ହିଂସା, ଦୁର୍ନୀତି, ଦରିଦ୍ରତା ଦୂରକରି ରାଜ୍ୟବାସୀଙ୍କ ପାଇଁ ସୁଖ, ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି । ଏହି ଅବସରରେ ଭାତୃତ୍ଵଭାବ ନେଇ ପାର୍ବଣ ପାଳନ କରିବା, ପାର୍ବଣ ସମୟରେ ଶୃଙ୍ଖଳା ବଜାୟ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here