ବିଶିଷ୍ଠ ସର୍ପାଘାତ ଚିକିତ୍ସକଙ୍କ ପରଲୋକ

ହିଞ୍ଜିଳୀକାଟୁ : ସ୍ଥାନୀୟ ସହର ଓ ଆଖପାଖ ଅଞ୍ଚଳରେ ବିଶିଷ୍ଠ ସର୍ପାଘାତ ଚିକିତ୍ସକ ଭାବେ ଖ୍ୟାତଥିବା ଷ୍ଟାମ୍ପଭେଣ୍ଡର ଦେବଗନ ବେହେରାଙ୍କ ୭୦ବର୍ଷ ବୟସରେ ଶନିବାର ମଧ୍ୟରାତ୍ରିରେ ହୃଦଘାତରେ ପରଲୋକ ଘଟିଛି । ସେ କିଛି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ସଦସ୍ୟ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସା ବେଳେ ହୃତପିଣ୍ଡ ବନ୍ଦ ହେବାରୁ ସେଠାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତୁରା ଦିଲୀପ, ରାମଚନ୍ଦ୍ର, କାଳୁ ଓ ପରିବାର ବର୍ଗ ଉପସ୍ଥିତି ଥିଲେ । ପରେ ତାଙ୍କର ମର ଶରୀରକୁ ଜନ୍ମ ଭୂମି କୁକୁଡାଖଣ୍ଡି ବ୍ଲକ ପାଣ୍ଡିଆଝୋଳି ସ୍ଥିତ ବାସ ଭବନକୁ ଅଣାଯାଇଥିଲା । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଠ ବ୍ୟକ୍ତି, ଦିବ୍ୟଜୀପନ ସଂଘର ସଦସ୍ୟ ଓ ଗ୍ରାମବାସୀ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରି ମର ଶରୀରରେ ପୁଷ୍ପ ପ୍ରଦାନ କରି ତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ମରଶରୀରକୁ ଏକ ବିରାଟ ପଟୁଆରରେ ଅଣାଯାଇ ଏକ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରଯାଇଥିଲା । ଜଣେ ଧର୍ମପରାୟଣବ୍ୟକ୍ତି ଭାବେ ବିଭିନ୍ନ ଅଞ୍ଚଳରୁ ସର୍ପାଘାତରେ ପୀଡିତ ଥିବା ଲୋକମାନଙ୍କୁ ମାଗଣା ଚିକିତ୍ସା ସେବା ଜାରି ରଖି ଶ୍ରଦ୍ଧାଭାଜନ ହୋଇଥିଲେ । ସେ ଦିବ୍ୟଜୀବନ ସଂଘ ହିଞ୍ଜଳିକାଟୁ ଶାଖାର ଆଜୀବନ ସଭ୍ୟ ଥିବା ବେଳେ ତାଙ୍କ ବିୟୋଗରେ ଅଞ୍ଚଳର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *