ଅଙ୍କଲ୍, ଯେତେବେଳେ “ବାପା” ମରିଯାନ୍ତି..

୫-୬ ବର୍ଷର ନିରୀହ ପିଲାଟିଏ ତାର ଛୋଟ ଭଉଣିକୁ ଧରି ମନ୍ଦୀରର ଏକ କୋଣରେ ବସି ହାତ ଯୋଡି କେଜାଣି ଭଗବାନଙ୍କୁ କଣ ଯେ ମାଗୁୁଥିଲା !!

ଚିରା ମଇଳା ପୋଷାକ ଟିଏ ପିନ୍ଧୀଥିଲା । ତାର ସୁନ୍ଦର ଛୋଟ କୋମଳ ଗାଲରେ ଲୁହର ଧାର ବହିଯାଉଥିଲା । ବହୁତଲୋକ ତାକୁ ଦେଖୁଥିଲେ, କିନ୍ତୁ ସେ କିଛି ନ ଜାଣିଲା ପରି କେବଳ ଭଗବାନଙ୍କ ସହ କଥାହେବାରେ ଲାଗିଥିଲା ।

ସେ ଭଗବାନଙ୍କ ପ୍ରାର୍ଥନା ସାରି ଉଠିବା ସମୟରେ ମୁଁ ତାର କୁନି ହାତଟିକୁ ଧରିନେଲି ଓ କହିଲି:- ପୁଅରେ, ଭଗବାନଙ୍କୁ କଣ ମାଗିଲୁ ?

ପିଲାଟି ଉତ୍ତର ଦେଲା:-
ମୋ ବାପାଙ୍କର ମୃତ୍ୟୁ ହୋଇଯାଇଛି, ତେଣୁ ତାଙ୍କ ପାଇଁ ସ୍ବର୍ଗ,
ମୋ ମା ସବୁବେଳେ କାନ୍ଦୁଛି, ତାଙ୍କ ପାଇଁ ଧୈର୍ଯ୍ୟ,
ମୋ ଟିକି ଭଉଣୀ ମାଙ୍କୁ ସବୁବେଳେ ସାଟ୍ ପ୍ୟାଣ୍ଟ ଖେଳନା ମାଗୁଛି, ତେଣୁ ତା ପାଇଁ ପଇସା ।

ମୁଁ ପୁଣି ପଚାରିଲି:-
ତୁମେ ସ୍କୁଲ୍ ଯାଉଛ ତ ?
ପିଲାଟି କହିଲା:- ହଁ, ମୁଁ ସ୍କୁଲ୍ ଯାଏ ।
ମୁଁ ପଚାରିଲି:- ତୁମେ କେଉଁ ଶ୍ରେଣୀରେ ପଢୁଛ ?

ପିଲାଟି କହିଲା:- ନାଁ ଅଙ୍କଲ୍, ମୁଁ ପଢିବାକୁ ସ୍କୁଲ୍ ଯାଏ ନାହିଁ । ମା ଚଣା 🥜ବନେଇ ଦିଅନ୍ତି, ମୁଁ ସେଗୁଡିକୁ ବିକିବା ପାଇଁ ସ୍କୁଲ୍ ଯାଏ । ପିଲାମାନେ ମୋ ଠାରୁ ଚଣା କିଣନ୍ତି ଓ ଦି ପଇସା ରୋଜଗାର ହୁଏ ।

ଟିକି ନିରୀହ ପିଲାଟିର କଅଁଳ ଓଠର ଏପରି ଗୋଟିଏ ଗୋଟିଏ ନିଷ୍ଠୁର ସତ୍ୟ ଶବ୍ଦ ଶୁଣି ମୋର ରୁମ ଟାଙ୍କୁରି ଉଠୁଥିଲା ।

ଇଛା ନ ଥିଲେ ବି ପଚାରିଲି କି ତୁମର କେହି ସମ୍ପର୍କୀୟ କି ବନ୍ଧୁବାନ୍ଧବ ଅଛନ୍ତି କି ନାଁ ?
ପିଲାଟି କହିଲା:- ଜାଣେନା , ମା କହେ ଗରିବର କେହି ସମ୍ପର୍କୀୟ ନ ଥାନ୍ତି । ମା କେବେ ମିଛ କହନ୍ତି ନାହିଁ
କିନ୍ତୁ ଅଙ୍କଲ୍,
ମୋତେ ଲାଗେ କି ମୋ ମା ବେଳେବେଳେ ମିଛ କହନ୍ତି ବୋଲି..

ଯେତେବେଳେ ଆମେ ଭାଇଭଉଣି ଖାଉ ତ ମା ଟଆମ ପାଖରେ ବସିଥାଏ ଓ ଆମକୁ ଦେଖୁଥାଏ, କିନ୍ତୁ ଖାଇବାକୁ ଡାକିଲେ କହେ- ଧନରେ… ମୁଁ ଖାଇ ସାରିଛି, ତୁମେମାନେ ଖାଅ । ସେତେବେଳେ ଲାଗେ କି ମୋ ମା ମୋତେ ମିଛ କହେ ବୋଲି..

ମୁଁ ପଚାରିଲି:- ପୁଅରେ, ତୁମକୁ ଯଦି ତୁମ ଘରର ଖର୍ଚ ମିଳିଯାଏ, ତୁମେ ପାଠ ପଢିବ ତ ?
😰ପିଲାଟି କହିଲା:- କଦାପି ନୁହେଁ ।

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି:- କାହିଁକି ?
😰ପିଲାଟି କହିଲା:- ପାଠ ପଢୁଆ ବାବୁମାନେ ଗରିବ ମାନଙ୍କୁ କେବେ ଭଲ ପାଆନ୍ତିନି । ମୋ ପାଖ ଦେଇ ଯାଆନ୍ତି, କିନ୍ତୁ କେବେ କେହି ପାଠୁଆ ବାବୁ ଆଜିଯାଏ ମୋତେ କିଛି ପଚାରି ନାହାନ୍ତି ।

😰ପିଲାଟିର କଥାଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ହଉଥିଲି, ସେତିକି ଲଜ୍ଜା ବି ଲାଗୁଥିଲା ମୋତେ ।

ପୁଣି ସେ କହିଲା:- ଏହି ମନ୍ଦୀରକୁ ମୁଁ ସବୁଦିନେ ଆସେ,କିନ୍ତୁ କେହି କେବେ ବି ମୋତେ କିଛି ପଚାରନ୍ତିନି । ସମସ୍ତେ ମୋ ବାପାକୁ ଚିହ୍ନିଥିଲେ, ହେଲେ ମୋତେ କେହି ବି ଚିହ୍ନୁ ନାହାନ୍ତି ।

ପିଲାଟି ଜୋର୍ ଜୋର୍ ରେ କାନ୍ଦୀକାନ୍ଦୀ ପଚାରିଲା:- ଅଙ୍କଲ୍, ଯେତେବେଳେ “ବାପା” ମରିଯାନ୍ତି ତ ସବୁ ଚିହ୍ନା ଲୋକ ଅଜଣା ଅଚିହ୍ନା କାହିଁକି ହୋଇଯାଆନ୍ତି ?

😰ପିଲାଟିର ଏହି ପ୍ରଶ୍ନର ଉତ୍ତର ମୋ ପାଖରେ କିଛି ବି ନ ଥିଲା । କେବଳ ଲଜ୍ଜାରେ ମୁଣ୍ଡ ତଳକୁ ଥିଲା ମୋର ।

ଧିକ ଆମର ବଡପଣ । ଧିକ ଆମର ବୁଦ୍ଧି ବିଦ୍ୟା । ଧିକ ଆମର ଭକ୍ତି ଓ ଭକ୍ତ ପଣିଆ । ଏମିତି ଧନ ସମ୍ପତ୍ତୀ, ମିଛ ଅହଂକାର ର ମାନେ କ’ଣ ? କାହିଁକି ଏ ମିଛ ଭକ୍ତି ର ଅହମିକା ? ଆମ ଭିତରେ କଣ ମଣିଷ ପଣିଆ ବୋଲି ଟିକିଏ ବି ନାହିଁ ?
ଟିକିଏ ଭାବିଲେ..
ଏହିଭଳି କେତେ ଯେ କଅଁଳ ଫୁଲ ସମୟର ଅଦିନିଆ ଝଡରେ ଦଳି ମକଚି ଝଡି ପଡୁଛନ୍ତି ତାହା ବେଶ୍ ଅନୁମେୟ ।

କେବଳ ଗୋଟିଏ ଚେଷ୍ଟା ନିଶ୍ଚୟ ଜାରି ରଖନ୍ତୁ । ଏହି ଛୋଟ ପିଲାଟି ପରି ଅନେକ ଅସହାୟ, ବେସାହାରା ଙ୍କୁ ଖୋଜି ବାହାର କରନ୍ତୁ ଓ ସେମାନଙ୍କୁ ସାହାଯ୍ୟ କରନ୍ତୁ । ଏହା ହିଁ ବୋଧେ ପ୍ରକୃତ ମାନବିକତା…
ମନ୍ଦୀରରେ ଦାମିକା ଫୁଲମାଳ ଓ ଫଳମୂଳ , ସହ ୧୦୦ ଟଙ୍କା ଦକ୍ଷୀଣା ଦେବା ପୂର୍ବରୁ ପାଖରେ ଥିବା କୌଣସୀ ଗରିବକୁ ଟିକେ ଦେଖିନିଅନ୍ତୁ, ବୋଧେ ସେମାନଙ୍କୁ ହିଁ କିଛି ଖାଦ୍ୟ ଓ କପଡା ର ଅଧିକ ଆବଶ୍ୟକ ଥିବ ।

ଏହି ମେସେଜ୍ ପଢୁଥିବା ମୋର ବନ୍ଧୁମାନଙ୍କୁ ବିନମ୍ର ଅନୁରୋଧ 👏 ଆପଣ କିଛି ସମୟ ପାଇଁ କେହି ଗରିବ ବେସାହାରା ର ଆଖି ସହ ଆଖି ମିଶାଇ ଦେଖନ୍ତୁ ଓ ଆପଣଙ୍କୁ ନିଶ୍ଚୟ କିଛି ଅନୁଭବ ମିଳିବ ।

🥀ଅନେକ ଫୋଟ କିମ୍ବା ଭିଡିଓ ତ ସେୟାର୍ କରୁଛନ୍ତି, ଥରେ ଏହି ମେସେଜ୍ କୁ ସେୟାର୍ କରନ୍ତୁ, ହୁଏତ ଆପଣଙ୍କ ମାଧ୍ୟମରେ କେହି ବେସାହାରାକୁ ସାହାରା ମିଳିଯାଇପାରେ ।

ନିଜ ଭିତରେ ଓ ସମାଜରେ ପରିବର୍ତନ ଆଣିବାର ପ୍ରଚେଷ୍ଟା ଜାରି ରଖନ୍ତୁ ।
👉🏽”ଚିତ୍ର”ନୁହେଁ “ଚରିତ୍ର” ସୁନ୍ଦର କରନ୍ତୁ ।।
👉🏽”ଭବନ” ନୁହେଁ “ଭାବନା” ସୁନ୍ଦର କରନ୍ତୁ ।।
👉🏽”ସୌଧ” ନୁହେଁ “ସାଧନା” ସୁନ୍ଦର କରନ୍ତୁ ।।
👉🏽”ଦୃଷ୍ଟି” ନୁହେଁ “ଦୃଷ୍ଟିକୋଣ” ସୁନ୍ଦର କରନ୍ତୁ ।।

ସରୋଜ ବେହେରା, ସକ୍ଷମ ଓଡିଶା 

No Comment

Leave a Comment

Your email address will not be published. Required fields are marked *