ହିଂଜିଳିରେ ସ୍ୱାସ୍ଥ୍ୟସେବା ପରିଚାଳନା ଠପ

0
297

ହିଞ୍ଜିଳୀକାଟୁ : ସ୍ଥାନୀୟ ହିଂଜିଳି ବ୍ଲକ ବେଲଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀଙ୍କ ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ସ୍ୱାସ୍ଥ୍ୟସେବା ଠପ ହୋଇଛି । ଦୀର୍ଘ ୪ଦିନ ଧରି ଏଭଳି ଅଚଳାବସ୍ଥା ଦେଖାଦେଇଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପାଇଁ ଚିକିତ୍ସା ସେବା ବ୍ୟାହତ ହୋଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ବ୍ଲକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଉଥିବା ପ୍ରାୟ ୧୨୧ଜଣ ଆଶା କର୍ମୀ ସେମାନଙ୍କ ଗତ ଅଗଷ୍ଟ ମାସର ବକେୟା ପ୍ରୋତ୍ସାହନରାଶିପାଇନପାରି ଅସହଯୋଗ ଓ ସ୍ମାରକ ପତ୍ର ବେଲଗାଁ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

ପ୍ରକାଶଥାଉକି ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ, ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୬ଦଫା ପୂରଣ ନେଇ ଭୁବନେଶ୍ଵରରେ ଗଣଧାରଣା ଓ ଆନ୍ଦୋଳନ ଚାଲୁରହିଛି । ସଂଘର ଦାବି ଅନୁଯାୟୀ ସମାନ କାମକୁ ସମାନ ଦରମା, ସବୁ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା, ନିୟମିତ ଭାବେ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ପଦବୀ ସୃଷ୍ଟି କରିବା, ପ୍ରୋତ୍ସାହନ ରାଶି ପ୍ରଥା ଉଚ୍ଛେଦ, ସମସ୍ତଙ୍କୁ ଇ.ପି.ଏଫ ଯୋଜନା ଅନ୍ତର୍ଭୁକ୍ତ କରିବା ଆଦି ୬ଦଫା ଦାବି ନେଇ ଗତ ୧୦ତାରିଖରୁ ଧାରଣା ଅବ୍ୟାହତ ରହିଛି ।

LEAVE A REPLY

Please enter your comment!
Please enter your name here