୯୦ ଛୁଇଁଲା ପେଟ୍ରୋଲ, ୧୦୦ ଟପିଯିବା ଆଶଙ୍କା

0
192

ମୁମ୍ବାଇ: ଦିନକୁ ଦିନ ତୈଳ ଦର ବଢ଼ିବାରେ ଲାଗିଛି । ତୈଳ ଦର ବଢ଼ିବାକୁ ନେଇ ରାଜନୀତି ମହଲରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୨୮ ପଇସା ଥିବା ବେଳେ ଡ଼ିଜେଲ ଲିଟର ପିଛା ୭୩ ଟଙ୍କା ୩୦ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୯ଟଙ୍କା ୬୭ ପଇସା ଥିବା ବେଳେ ଡ଼ିଜେଲ ଦାମ୍ ୭୮ ଟଙ୍କା ୮୨ ପଇସା ରହିଛି ।

ଲଗାତାର ଭାବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଓ ଅଶୌଧିତ ତୈଳର ଦାମ ବୃଦ୍ଧିପାଉଥିବାରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧିପାଇବାରେ ଲାଗିଛି । ତେବେ ତୈଳ ଦର ବୃଦ୍ଧିକୁ ନେଇ ଜାତୀୟ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ବିରୋଧୀ ଦଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ଖେଳ । ଏହା ଏକ ରାଜନୈତିକ ମୁଦ୍ଦା ପାଲଟି ଯାଇଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ତୈଳ ଦର ୧୦୦ ଟଙ୍କା ଟପିବା ଆଶଙ୍କା ରହିଥିବା ଅନୁମାନ କରିଛନ୍ତି ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here