You are here
Home > 2018 > May > 09

ସୁଲଭ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ପ୍ରଥମିକତା ଦିଆଯିବ

ଭୁବନେଶ୍ଵର : ବିନା ମୁଲ୍ୟରେ ନିରାମୟ, ନିଦାନ, ସହାୟ, ଖୁସି, ସୁନେତ୍ର, ୧୦୨ ଓ ୧୦୮ ଆମ୍ବୁଲାନ୍ସ, ଆମ କ୍ଲିନିକ,  ଡେ-କେୟାର କେନ୍ଦ୍ର ପରି ଯୁଗାନ୍ତକାରୀ ପଦକ୍ଷପ ଦ୍ଵାରା ରାଜ୍ୟବାସୀ ବହୁଳ ଉପକୃତ ହେଉଛନ୍ତି । ରାଜ୍ୟରେ ତ୍ଵରିତ ଓ ସମୟୋଚିତ ସ୍ଵସ୍ଥ୍ୟସେବା ସହ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ୪ଟି ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ

ସାଇନ-ଡାଏ ଉଠାଇବାକୁ ରାଜ୍ୟପାଳଙ୍କୁ ଏବିଭିପିର ଦାବିପତ୍ର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ପରିସ୍ଥିତି ଉପରେ କୁଳାଧିପତି ତଥା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ୪ ଦଫା ଦାବିନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏବିଭିପିର କଟକ ମହାନଗର ସମ୍ପାଦକ ଚିନ୍ମୟ ସାହୁଙ୍କ ସୂଚନାକ୍ରମେ କହିଛନ୍ତି ଯେ ବୁଧବାର ବିଦ୍ୟାର୍ଥୀ ପରିଷଦର ଏକ ପ୍ରତିନିଧି ଦଳ ରାଜଭବନ ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ୍-ଡାଏକୁ ଉଚ୍ଛେଦ

ହାଇକୋର୍ଟରେ ପହଞ୍ଚିଲା ରସଗୋଲା

କଟକ : ହାଇକୋର୍ଟରେ ରସଗୋଲା ମାମଲା । ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ ଚେନ୍ନାଇର ଆଇପିକୁ ହାଇକୋର୍ଟ ନୋଟିସ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରସଗୋଲା ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ହାଇକୋର୍ଟରେ ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି । ଉଭୟ

ଥରିଲା ଉତ୍ତରଭାରତ

ନୂଆଦିଲ୍ଲୀ : ଥରିଲା ଉତ୍ତରଭାରତ । ବୁଧବାର ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୁତ ହୋଇଛି । ଦିଲ୍ଲୀ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ଅାଫଗାନିସ୍ତାନ ରାଜଧାନୀ କାବୁଲର ବୋଲି ଜଣାପଡ଼ିଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ଼ କରାଯାଇଛି । ଏହାର ପ୍ରଭାବ ଜମ୍ମୁ କାଶ୍ମୀର ଏବଂ ଗାଜିଆବାଦ ସହ ଅନ୍ୟାନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି। ତେବେ

ହୁ ଆର୍ ୟୁ : ନୃସିଂହ ସାହୁ

ଢେଙ୍କାନାଳ : ଢେଙ୍କାନାଳରେ ଜିଲ୍ଲା ପରିଷଦ ବୈଠକ ଚାଲିଥିଲା । ସବୁ ଜୋନ୍‌ର ମାନ୍ୟବର ସଭ୍ୟମାନେ ଉପସ୍ଥିତ ଥିଲେ। ସେଠି ସ୍ଥାନୀୟ ବିଧାୟକ ବି ଥିଲେ। ଜିଲ୍ଲାର ବିକାଶ ସଂପର୍କିତ ପ୍ରସଙ୍ଗରେ ଆଲୋଚନା ହେଉଥିଲା। ହଠାତ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ପୂରା ବୈଠକର ପରିବେଶ ବଦଳି ଗଲା । ସୂଚନା ମୁତାବକ ବୁଧବାର ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପରିଷଦ ସମୀ‍କ୍ଷା ବୈଠକ ଢେଙ୍କାନାଳ ସହରରେ ଥିବା ଡିଆର୍‌ଡିଏ ବିଲ୍‌ଡିଂର ସମ୍ମିଳନୀ

କ୍ଷମତାର ମୋହ ତୁଟୁନି, ପୁଅକୁ ପ୍ରତିଦ୍ଵନ୍ଦୀ ମଣୁଛନ୍ତି ଦାମ

ଭୁବନେଶ୍ଵର : ରାଜନୀତିୟା କାହାରି ନୁହନ୍ତି । ଏମାନେ କ୍ଷମତା ଲିପ୍ସୁ । କ୍ଷମତା ଏମାନଙ୍କ ପାଇଁ ସବୁକିଛି । ଏହାକୁ ହାସଲ କରିବା ନିମନ୍ତେ ବାପ-ପୁଅ, ଭାଇ-ଭାଇ ଓ ପତି-ପତ୍ନୀ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢି ପାରନ୍ତି । ଏପରି ଘଟିଥିବା ଅନେକ ନଜିର ରହିଛି । ଏବେ ଅନୁରୂପ ଘଟଣା ପାରାଦୀପରେ ଘଟିବାର ଆଶଙ୍କା ପ୍ରକାଶ ପାଇଲାଣି । ବିଭିନ୍ନ ମହଲରେ ଆଲୋଚନା ହେଉଛି କ୍ଷମତା ମୋହ

ଅହଙ୍କାରୀ ଓ ଅନଭିଜ୍ଞଙ୍କୁ ସ୍ୱୀକାର କରିବେନି ଜନତା : ମୋଦୀ

କର୍ଣ୍ଣାଟକ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ଏହି ନିର୍ବାଚନ ମୋଦି ବନାମ ରାହୁଲଙ୍କ ସମ୍ମାନର ପ୍ରଶ୍ନ ପାଲଟିଛି । କାଲି ରାହୁଲ ଗାନ୍ଧି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଆଜି ଏହି ପ୍ରସଙ୍ଗରେ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ସେ କଂଗ୍ରେସ ସଭାପତିଙ୍କୁ ଅହଂକାରୀ

ଲଞ୍ଚ ହେବ ଉଡନ୍ତା ଟ୍ୟାକ୍ସି

ନୂଆଦିଲ୍ଲୀ : ଏଣିକି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହେବ ନାହିଁ । ଅାକାଶ ମାର୍ଗ ଦେଇ ଲକ୍ଷସ୍ଥଳରେ ଅାପଣଙ୍କୁ ପହଞ୍ଚାଇବ ଟ୍ୟାକ୍ସି  । କାରଣ ଅାଉ ମାତ୍ର ଦୁଇ ବର୍ଷ ମଧ୍ୟରେ ଅାସିବ ଉଡନ୍ତା ଟ୍ୟାକ୍ସି  ।  ଆମେରିକାରେ ଉଡନ୍ତା ଟାକ୍ସିର ପ୍ରଚଳନ କରିବା ପାଇଁ କ୍ୟାବ୍ ସେବା ପ୍ରଦାନ କରୁଥିବା କମ୍ପାନୀ ଉବର ଏବଂ ଅନ୍ତରୀକ୍ଷ ଏଜେନ୍ସୀ ନାସା ଏନେଇ ଏକତ୍ର କାମ କରିବେ । ମଙ୍ଗଳବାର  ନାସା

Top