You are here
Home > 2018 > June > 06

।।ସାମାଜିକ ସଂଗଠନ “ସମାଜ ବଞ୍ଚାଅ”ର ଅଭିନବ ପ୍ରୟାସ ।। ଶିଶୁ ଓ ନାରୀ ସୁରକ୍ଷା ପାଇଁ ପୁରୀରେ ୧ଲକ୍ଷ ଯୁବକ ଶପଥ ନେବେ

ଭୁବନେଶ୍ଵର : ରାଜ୍ୟରେ ବୃଦ୍ଧି ପାଉଥିବା ଶିଶୁ ଦୁଷ୍କର୍ମ ଓ ଗଣବଳତ୍କାରକୁ ରୋକିବା ନିମନ୍ତେ ସାମାଜିକ ସଂଗଠନ "ସମାଜ ବଞ୍ଚାଅ" ଏକ ଅଭିନବ ପ୍ରୟାସ କରିଛି । "ଉଦଗମ-୨୦୧୮" ନାମରେ ଆସନ୍ତା ଜୁଲାଇ ୧୫-୨୧ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ଆୟୋଜନ କରାଯାଉଛି ମହାସମାବେଶ । ଜନ ସଚେତନତା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧ଲକ୍ଷ ଯୁବକଙ୍କୁ ଶପଥ ଗ୍ରହଣ କରାଇବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେଥିପାଇଁ ପୁରୀ-ପୌରପାଳିକା

ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଅଣ୍ଡାମାଡ

କଟକ : କଟକ ଜିଲ୍ଲାର ବାଙ୍କି ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଅଣ୍ଡାମାଡ ହୋଇଛି। ବାରଙ୍ଗ ନିକଟ ତ୍ରିଶୁଳିଆ ଛକରେ ତାଙ୍କୁ ଅଣ୍ଡାମାଡ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଶ୍ରୀ ତ୍ରିପାଠୀ ବାରଙ୍ଗରେ ‘ପରୀ ପାଇଁ କଥାଟିଏ’ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଯୋଗ ଦେଇ ଫେରିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ଅଣ୍ଡା ମାଡ କରିଥିବା ଯୁବକଙ୍କୁ ପୋଲିସ କାବୁ କରିନେଇଛି। ଧରାପଡିଥିବା

ଆଠଗଡ଼” ବ୍ଲକ ଘେରାଉ ବେଳେ ବୋମାମାଡ

ଆଠଗଡ଼ : ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ ହୋଇଛି । ଅଭୟଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ସେମାନଙ୍କ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ଆଜି ବ୍ଳକ ଆଗରେ ଧାରଣା ଦେଇଥିଲେ । ବିକ୍ଷୋଭକାରୀ ଓ ପ୍ରଶାସନ ମଧ୍ୟରେ

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବଡ଼ କମ୍ପାନୀଙ୍କ ଦବଦବାକୁ ନେଇ ଚିନ୍ତିତ ଆରବିଆଇ

ନୂଆଦିଲ୍ଲୀ : ଭାରତର ସେଣ୍ଟ୍ରାଲ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଦେଶରେ ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ ପେମେଣ୍ଟର ଟ୍ରେଣ୍ଡକୁ ଧ୍ୟାନରେ ରଖି ଆଗାମୀ ଦିନରେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆରବିଆଇ ବୁଧବାର ଜାରି ‘ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟର ପଲିସିଜ’ ଉପରେ ବୟାନ ଜାରି କରି ଡିଜିଟାଲ ପେମେଣ୍ଟ ସହ ଜଡ଼ିତ କମ୍ପାନୀଙ୍କୁ କଡ଼ା ସନ୍ଦେଶ ଦେଇଛି। ଏହା ସହିତ ଆରବିଆଇ ଡିଜିଟାଲ

ଆସନ୍ତା କାଲି ଭୁବନେଶ୍ୱରରେ ଚାଲିବନି ଅଟୋ

ଭୁବନେଶ୍ଵର : ଗୁରବାର ଦିନ ୧୨ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ରାଜଧାନୀ ଅଟୋ ଚାଳକ ସଂଘ। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସଂଘ ପକ୍ଷରୁ ଧର୍ମଘଟ ପାଇଁ ଆହ୍ୱାନ ଦିଆଯାଇଛି। ଏହି ସମୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ ପ୍ରତିବାଦରେ ଏହି ଧର୍ମଘଟ ଡକରା ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଅଟୋ ଚାଳକ ସଂଘର

ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀ ଖେଳାଳିଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇ ପାରିଛନ୍ତି। ଫୋର୍ବସ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଆମେରିକାର ଚମ୍ପିଅନ ବକ୍ସର ଫ୍ଲାୟଡ ମେଭେଦର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଏହି ତାଲିକାରେ ଭାରତରୁ କେବଳ କୋହଲିଙ୍କ ନାମ ରହିଛି। କୋହଲି ୨କୋଟି ୪୦ ଲକ୍ଷ ଡଲାର ରୋଜଗାର କରିବା ସହିତ ୮୩ତମ ସ୍ଥାନ

ଦେହଜୀବୀମାନଙ୍କ ଚରିତ୍ର ସରକାରୀ ଅଫିସରଙ୍କଠାରୁ ବହୁ ଗୁଣରେ ଭଲ : ବିଜେପି ବିଧାୟକ

ଉତ୍ତରପ୍ରଦେଶ : କିଛି ଦିନ ହେବ ବିଜେପିକୁ ବିରୋଧ କରି ଦଳୀୟ କର୍ମୀଙ୍କୁ ହତ୍ୟା କରାଯାଉଥିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ଜଣେ ବିଜେପି  ନେତା ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସରାକାରୀ ଅଫିସରମାନଙ୍କ ସଂପର୍କରେ ବଲିୟାର ବିଜେପି ବିଧାୟକ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ବିଧାୟକ ସୁରେନ୍ଦ୍ର ସିଂ ମଙ୍ଗଳବାର ସରାକାରୀ ଅଫିସରମାନଙ୍କୁ ଦେହଜୀବୀମାନଙ୍କ ସହ ତୁଳନା କରିଛନ୍ତି

ଆସନ୍ତାକାଲି ଆରଏସଏସର କର୍ମକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି

ନୂଆଦିଲ୍ଲୀ : ଆସନ୍ତାକାଲି ଆରଏସଏସ୍ ସଂଘ କର୍ମକର୍ତ୍ତାଙ୍କୁ ସମ୍ବୋଦ୍ଧିତ କରିବେ ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ । ନାଗପୁରରେ ସ୍ୱୟଂସେବକ ସଂଘର ଶିକ୍ଷା ବର୍ଗ ଉଦଯାପନୀ ସମାରୋହରେ ଯୋଗ ଦେବେ ପ୍ରଣବ । ଏଥିପାଇଁ ଆଜି ସଂଘଚାଳକଙ୍କ ସହ ନାଗପୁରରେ ପହଁଚିବେ ପ୍ରଣବ ମୁଖାର୍ଜୀ । ଆରଏସଏସ କାର୍ଯ୍ୟକ୍ରମରେ ଶ୍ରୀ ମୁଖାର୍ଜୀ ଯୋଗ ଦେବାକୁ ଅନେକ କଂଗ୍ରେସ ନେତା ବିରୋଧ କରିବା ସହ ନିଷ୍ପତିରେ ପୁନଃର୍ବିଚାର

ଜଷ୍ଟିସ ରଘୁବୀର ଦାସ ବିଚାର ବିଭାଗୀୟ ତଦନ୍ତ କମିଶନର ଅଧ୍ୟକ୍ଷ

ଭୁବନେଶ୍ଵର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ । ଗତ ସୋମବାର ଦିନ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଜଷ୍ଟିସ ରଘୁବୀର ଦାସ ହେଉଛନ୍ତି ଓଡିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି । ସେ ହାଇକୋର୍ଟରେ ୨୦୧୩ ମସିହାରୁ ୨୦୧୬ ପର୍ଯ୍ୟନ୍ତ

Top