You are here
Home > 2018 > June > 12

ଦୁଷ୍କର୍ମ ବିରୋଧରେ ମୁହଁ ଖୋଲିବା ପାଇଁ ସାହାସ ଯୋଗାଇଲା “ପରୀ ରଥ”

ଭୁବନେଶ୍ଵର : ଦୁଷ୍କର୍ମର ଶିକାର ପୀଡିତାଙ୍କୁ ସାହାସ ଯୋଗାଉଛି ରାଜ୍ୟ ପୁଲିସର "ପରୀ ରଥ" । ଭୟ ଓ ଲୋକଲଜ୍ଜାରେ ନିଜ ସହ ଘଟିଥିବା ଘଟଣାକୁ ଲୁଚାଇ ରଖିଥିବା ପୀଡିତା ଶେଷରେ ମୁହଁ ଖୋଲିଛନ୍ତି । ଝାରସୁଗୁଡାରେ ଆୟୋଜିତ ପରୀ ରଥ ସଚେତନତା କାଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଦୁଷ୍କର୍ମ ଘଟଣା ବାବଦରେ ପରିବାର ଲୋକଙ୍କୁ କହିଛନ୍ତି ପୀଡିତା । ବଳାକ୍ରାରୀ ବିରୋଧରେ ମୁହଁ ଖୋଲିବା ପାଇଁ ସାହାସ ଯୋଗାଇଲା ପରୀ

ବିଶ୍ଵ ଶିଶୁଶ୍ରମ ବିରୋଧୀ ଦିବସ ପରିପ୍ରେକ୍ଷିରେ ଆଲୋଚନା

ଭୁବନେଶ୍ଵର : ପ୍ରତ୍ୟେକ ଶିଶୁଙ୍କର ଶୋଷଣ ମୁକ୍ତ ତଥା ଶିଶୁ ଶ୍ରମମୁକ୍ତ ଜୀବନ ଯାପନ କରିବାର ଅଧିକାର ରହିଛି ଓ ପ୍ରତ୍ୟେକ ବୟସ୍କ ଶ୍ରମିକଙ୍କର ଏକ ନିରାପଦ ତଥା ସ୍ୱାସ୍ଥ୍ୟକର କାର୍ଯ୍ୟ ପରିସରର ଅଧିକାର ରହିଛି ବୋଲି ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଶ୍ଵ ଶିଶୁଶ୍ରମ ବିରୋଧୀ ଦିବସ ପରିପ୍ରେକ୍ଷିରେ ସ୍ଵେତ୍ସାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ରୋଟାରୀ କ୍ଲବ ହେରିଟେଜ ଭୁବନେଶ୍ଵର ମିଳିତ

ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଲିଙ୍କ୍ ହେବ ଆଧାର କାର୍ଡ : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ୨୦୧୭ରୁ ବିଭିନ୍ନ ଆଲୋଚନା ଚାଲିଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା ସପକ୍ଷରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଯୋଡିବା ସମ୍ପର୍କରେ ଆଲୋଚନା କରି ଏକ ପ୍ରେସ୍ କନ୍ଫରେନ୍ସରେ କହିଛନ୍ତି ଯେ, ଯଦି ଜଣେ ନିଶାରେ ଲୋକଙ୍କ ଉପରେ ଗାଡି

ସରକାର ଦେଇଥିବା ଦାୟିତ୍ୱ ଶାନ୍ତିଶୃଙ୍ଖଳାର ସହ କରିବି : ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

ପୁରୀ : ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହେବା ପରେ ପ୍ରଦୀପ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୂର୍ବରୁ ଆରଡିସି , ଶ୍ରୀମନ୍ଦିର ପ୍ରଶାସକ ଭାବେ କାମ କରିଛି । ୧୯୯୮ରେ ରଥଯାତ୍ରାର ମାସେ ପୂର୍ବରୁ ଜିଲ୍ଲାପାଳ ଦାୟିତ୍ୱ ନେଇଥିଲି । ଏବେ ସରକାର ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ଶାନ୍ତି ଶୃଙ୍ଖଳାର ସହ କରିବି । ସେବକ ଓ କର୍ମଚାରୀଙ୍କ ସହ ମିଳିମିଶି କାମ କରିବ ।

ବିଜୟ ସମ୍ଭାବନା ପାର୍ଥୀଙ୍କ ପାଇଁ ହେବ ମାପକାଠି : ନିରଞ୍ଜନ

ଭୁବନେଶ୍ଵର : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ ଘୋଷଣା କରିସାରିଛି । ଯେଉଁମାନଙ୍କର ବିଜୟ ସମ୍ଭାବନା ଥିବ ସେହି ମାନଙ୍କୁ ପାର୍ଥୀ କରାଯିବ । ମହିଳା ଓ ଯୁବ ସଂଗଠକମାନଙ୍କୁ ପାର୍ଥୀ ଚୟନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ । "ୱାନ ମ୍ୟାନ ୱାନ ପୋଷ୍ଟ" ଦଳୀୟ ନିଷ୍ପତି ସମ୍ପର୍କରେ ମତ ରଖି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଧୋକାଦେଲା ମୌସୁମୀ ବାୟୁ

ଭୁବନେଶ୍ୱର : ନିର୍ଧାରିତ ସମୟରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତ ତିନି ଦିନ ଧରି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ଯେ ଏହା ସକ୍ରିୟ ରହିଛି ଓ ବର୍ଷା ହେବ। ମୌସୁମୀ ଆଗମନକୁ ଦେଖି ଚାଷୀମାନେ ମଧ୍ୟ ବୁଣାବୁଣି କରିବା ପାଇଁ ଜମି ପ୍ରସ୍ତୁତ କରି ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ଧୋକା ଦେଇଦେଲା ମୌସୁମୀ ବାୟୁ । ସୂଚନାଯୋଗ୍ୟ ଯେ,ଗତ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ପରେ

କମ୍ପ୍ୟୁଟର ଯୁଗରେ କେଳେଙ୍କାରୀ

କେନ୍ଦୁଝର : କମ୍ପ୍ୟୁଟର ଯୁଗରେ କେଳେଙ୍କାରୀ । ଏହି କେଳେଙ୍କାରୀ ରାଜ୍ୟ ବିଦ୍ୟୁତ୍‌ ବିଭାଗର କିଛି ଦଲାଲ କର୍ମଚାରୀଙ୍କ ଦ୍ଵାରା ସମ୍ଭବପର ହୋଇପାରିଛି । କେନ୍ଦ୍ର ସରକାର ଗରିବଙ୍କ ପାଇଁ ଯେତେ ନୂଆ-ନୂଆ ଯୋଜନା ଆଣିଲେ ବି ସେଥିରେ ପାଣି ପୁରାଇବାକୁ ଏମାନେ ବଗ ପରି ଜଗି ବସିଛନ୍ତି । ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ‘ସୌଭାଗ୍ୟ’ ଯୋଜନା ପରେ ଘରେ ବିଜୁଳିବତି ଜଳିବ ବୋଲି ଆଶା ରଖିଥିଲେ ରାଧିକାଦେଇପୁର ବାସିନ୍ଦା

“ଆଲ୍ଲା ଯବକୋ ଦେତା ହେ ତୋ ଛପ୍ପର ଫାଡକେ ଦେତା ହେ”

ପଟ୍ଟାମୁଣ୍ଡାଇ : ଓଡିଆରେ ଲୋକବାଣୀ ରହିଛି "ଆଲ୍ଲା ଯବକୋ ଦେତା ହେ ତୋ ଛପ୍ପର ଫାଡକେ ଦେତା ହେ" । ଠିକ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜନଗର ବ୍ଲକର ବାଲିକଣା ଗ୍ରାମରେ । ଏନେଇ ପ୍ରଶାସନିକ ଅଧିକାରୀଙ୍କ ସ୍ୱଚ୍ଛତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବାଲିକଣା ଗାଁର ଠିକାଦାର ବିଜୟ ସାହୁଙ୍କ ପତ୍ନୀ ମନୋରମାଙ୍କୁ ମିଳିଛି ବିଜୁ ପକ୍କାଘର।

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସୂଚନା ମୁତାବକ ମଙ୍ଗଳବାର ଶ୍ରୀ ପଣ୍ଡା ଏ ନେଇ ସେ ଟ୍ଵିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ କରି କହିଛନ୍ତି ଯେ ବିଜୁ ଜନତା ଦଳ ସମ୍ପର୍କ ଛିନ୍ନ କରିବା ନେଇ ନିଷ୍ପତ୍ତି ନେବାପରେ ମୁଁ ଦଳର ସଭାପତି ନବୀନ

ପୁଣି ଫେରିବ କିମ୍ଭୋ ଆପ୍‌

ନୂଆଦିଲ୍ଲୀ : ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ଯୋଗଗୁରୁ ବାବା ରାମଦେବ ‘ସ୍ୱଦେଶୀ ହ୍ଵାଟସ୍‌ଆପ୍‌ କିମ୍ଭୋ ଆପ୍‌’କୁ ପୁଣି ଥରେ ରି-ଲଞ୍ଚ କରିବାକୁ ଯୋଜନା କରିଛନ୍ତି । ସୂଚନାଯୋଗ୍ୟ, କିମ୍ଭୋ ଆପ୍‌ ଗତ ମାସରେ ଲଞ୍ଚ କରାଯାଇଥିଲା। ଏହି ଆପ୍‌କୁ ନେଇ ହୋଇଥିବା ଅସୁବିଧା, ତ୍ରୁଟି ଓ ବିବାଦ ହେତୁ ପତଞ୍ଜଳି ଗୁଗଲ ପ୍ଲେ ଷ୍ଟାରରୁ ଏହାକୁ ହଟାଇ ଦେଇଥିଲା। ଖରାପ ଇଣ୍ଟରଫେସ୍‌ ଓ ସିକ୍ୟୁରିଟିରେ ତ୍ରୁଟି ନେଇ ଏହି ଆପ୍‌କୁ

Top