You are here
Home > 2018 > August > 01

ଗୁରୁପ୍ରିୟା ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତି, ସିବିଆଇ ତଦନ୍ତ ହେବା ଉଚିତ୍ : ନିରଞ୍ଜନ

ଭୁବନେଶ୍ଵର : ଗୁରୁପ୍ରିୟା ସେତୁ ନିର୍ମାଣର ହୋଇଛି ବ୍ୟାପକ ଦୁର୍ନୀତି । ଏହାର ସିବିଆଇ ତଦନ୍ତ ହେବା ଉଚିତ୍ । ଆଜି ସରକାରଙ୍କୁ ଏହି ଭଳି ଢଙ୍ଗରେ ସମାଲୋଚନା କରି ଟ୍ୱିଟ୍ କରିଛନ୍ତି କଂଗ୍ରେସର ନୂତନ ମଙ୍ଗୁଆଳ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ନିଜ ଚ୍ୱିଟରେ ସେତୁ ନିର୍ମାଣରେ ଦରକାରୀ ଅର୍ଥରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଏହା ସହ ଦୁର୍ନୀତି

ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଭାଦୀପ୍ତ ସମ୍ମାନ

ଭୁବନେଶ୍ଵର : ଗୋଣ୍ଡ ଜନଜାତିଙ୍କ ଜୀବନ ଓ ସଂସ୍କୃତି ଉପରେ ଗବେଷଣାତ୍ମକ ପୁସ୍ତକର ଲେଖକ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ । ଏହି ଲେଖା ପାଇଁ ତାଙ୍କୁ ଭୁବନେଶ୍ଵର ବାର ଆସୋସିଆସନର ବରିଷ୍ଠ ସଦସ୍ୟଙ୍କ ଦ୍ଵାରା ଗଠିତ ଶଗରୀ ଅନୁଷ୍ଠାନ ପ୍ରଭାଦୀପ୍ତ ସମ୍ମାନରେ ସମ୍ମାନିତ କରିଛି । ହାଇକୋର୍ଟର ବିଚାରପତି ଜଷ୍ଟିସ ଦୁର୍ଗ ପ୍ରସନ୍ନ ଚୌଧୁରୀ ଉପଢୌକନ ଓ ମାନପତ୍ର ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଆଜି ପୁରସ୍କୃତ କରିଛନ୍ତି ।

ଭାରତୀୟ ବାୟୁସେନା କିଣିବ ୧୧୦ ଲଢ଼ୁଆ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆସନ୍ତା ୨୦୧୯ ମଧ୍ୟଭାଗରେ ୧୧୦ଟି ଲଢ଼ୁଆ ବିମାନ ବିଦେଶରୁ କିଣିବା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ ଲଢ଼ୁଆ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଯେଉଁ ୬ଟି ବିଦେଶୀ କମ୍ପାନି ଭାରତୀୟ ବାୟୁସେନାକୁ ସେମାନଙ୍କର ଲଢ଼ୁଆ ବିମାନ ବିକ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ଏବେ ସେମାନଙ୍କର ଦ୍ୱାରା ପ୍ରଦତ୍ତ ଦସ୍ତାବିଜ୍‌କୁ ଅନୁଧ୍ୟାନ କରୁଛି ଭାରତୀୟ ବାୟୁସେନା। ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାକୁ

ଏସସି/ଏସଟି ବିଲରେ ସଂଶୋଧନକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍  ଅନୁସୂଚିତ ଜାତି ଓ ଜନଜାତି(ଅତ୍ୟାଚର ନିରୋଧକ) ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ପରେ ମୋଦୀ ସରକାର ସଂଶୋଧିତ ବିଲକୁ ଚଳିତ ଅଧିବେଶନରେ ଉପସ୍ଥାପନ କରିବେ। ଏହା କାର୍ୟ୍ୟକାରୀ ହେଲେ ଦଳିତଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର ହେଲେ କଠୋର କାର୍ୟ୍ୟାନୁଷ୍ଠାନ ପ୍ରାବଧାନ ରହିଵ। ଦଳିତ ସଂଗଠନ ତଥା ସରକାରଙ୍କ ସହଯୋଗୀ  ପାର୍ଟି ଏଲଜେପି(ଲୋକ ଜନଶକ୍ତି ପାର୍ଟି)ର ଚାପ ପଡ଼ିବା ପରେ ପିଏମ

ଧାରା ୩୭୦ ହଟିଲେ ଜାମ୍ମୁ ଓ କାଶ୍ମୀରରେ ରହିବ ନାହିଁ ତ୍ରିରଙ୍ଗାର ଚିହ୍ନ ବର୍ଣ୍ଣ : ଜାଭେଦ ରାଣା

ନୂଆଦିଲ୍ଲୀ : ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ନ୍ୟାସନାଲ କନଫରେନ୍ସର ବିଧାୟକ ଜାଭେଦ ରାଣା ଏବେ ଜାତୀୟ ପତାକାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।  ରାଣା କହିଛନ୍ତି ଯେ ଯଦି ରାଜ୍ୟରେ ଧାରା ୩୫-ଏରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଏ କିମ୍ବା ଅନୁଚ୍ଛେଦ ୩୭୦କୁ ହଟାଇବାକୁ ଚେଷ୍ଟା କରାଯାଏ ତେବେ କାଶ୍ମୀରରେ ତ୍ରିରଜ୍ଞା ରହିବ ନାହିଁ। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ମଙ୍ଗଳବାର ନିଜର ବିଧାନସଭା ମଣ୍ଡଳୀରେ

ପୋଡ଼ାତେଲରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ : ଆମ ଦେଶରେ ଲୋକମାନେ ତେଲଛଣା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି । ରାସ୍ତାକଡ଼ରେ ମିଳୁଥିବା ବରା, ଆଳୁଚପ, ସିଙ୍ଗଡା ଆଦି ଦେଖିଲେ ଲୋକମାନଙ୍କ ପାଟିରୁ ଲାଳ ଗଡ଼େ । ତେବେ କେବେ ଭାବିଛନ୍ତି ଏସବୁ ଖାଦ୍ୟ ଆମ ପାଇଁ କେତେ ନିରାପଦ ? ନିୟମିତ ତେଲଛଣା ଖାଦ୍ୟ ତ ଆମ ଶରୀର ପାଇଁ ହିତକାରୀ ନୁହେଁ, କିନ୍ତୁ ବାରମ୍ବାର ବ୍ୟବହାର ହେଉଥିବା ପୋଡ଼ା ତେଲ ଆମ

ମାର୍କକୁ ନେଇ ଛାତ୍ରଙ୍କୁ ସହପାଠୀଙ୍କ ସହ ତୁଳନା କରା ନଯାଉ : ଏନସିଇଆରଟି

ନୂଆଦିଲ୍ଲୀ : ଏନସିଇଆରଟି ନିରନ୍ତର ଏବଂ ବ୍ୟାପକ ମୂଲ୍ୟାଙ୍କନ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏନସିଇଆରଟି କହିଛି କି ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଅନ୍ୟ ସହପାଠୀଙ୍କ ପ୍ରଦର୍ଶନ ସହ ତୁଳନା କରା ନଯାଉ । ବରଂ ସେ ରଖିଥିବା ପୂର୍ବ ମାର୍କ୍ ସହ ତୁଳନା କରାଯାଉ ।  ମାତା ପିତା ତଥା ଶିକ୍ଷକ ଛାତ୍ରଛାତ୍ରୀଙ୍କ ତୁଳନା କରିବା ଦ୍ୱାରା ସେମାନେ ମାନସିକ ଅବସାଦରେ ରହୁଛନ୍ତି । ଏପରି କି

ଜନନୀ ସୁରକ୍ଷା ଯୋଜନା ପାଇଁ ଆଧାର ଅନିବାର୍ଯ୍ୟ ନୁହେଁ : ହାଇକୋର୍ଟ

ନୂଆଦିଲ୍ଲୀ : ଏମିତି କୌଣସି କାରଣ ନାହିଁ ଯାହା ଆଧାରରେ ଦିଲ୍ଲୀ ସରକାର ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଜନନୀ ସୁରକ୍ଷା ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ କିମ୍ବା ବ୍ୟାଙ୍କ ପାସବୁକ ଭଳି ଦସ୍ତାବିଜ ଦେବା ପାଇଁ ବିବଶ କରିବେ । ହାଇକୋର୍ଟ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି ସମୟରେ ଏହି ଟିପ୍ପଣୀ କରିଛନ୍ତି। କାର୍ଯ୍ୟକାରୀ ତଥା ମୁଖ୍ୟ ନ୍ୟାୟମୂର୍ତି ଗୀତା ମିତ୍ତଲ ଏବଂ ନ୍ୟାୟମୂର୍ତ୍ତି ସି

ନିଜର ଆଧାର ନମ୍ବରଗୋପନୀୟ ରଖନ୍ତୁ : ୟୁଆଇଡିଏଆଇ

ନୂଆଦିଲ୍ଲୀ : ଆଧାର ନମ୍ବରକୁ ଟ୍ୱିଟରରେ ପ୍ରକାଶ କରି ଟ୍ରାଇ ମୁଖ୍ୟ ଅଡୁଆରେ ପଡିବା ପରେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର ବା ୟୁଆଇଡିଏଆଇ ଏନେଇ ଲୋକମାନଙ୍କୁ ସତର୍କ କରାଇ ଦେଇଛି । ସୋସିଆଲ ମିଡିଆରେ ଆଧାର ନମ୍ବର ପ୍ରଘଟ କରି ଅନ୍ୟକୁ ଚ୍ୟାଲେଞ୍ଜ ନଦେବା ଲାଗି କୁହାଯାଇଛି । ଏହା ଆଇନ ସମ୍ମତ ନୁହେଁ ଏବଂ ଏଭଳି କାର୍ଯ୍ୟ କରୁଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ

ଆଲପୁର ହାଇସ୍କୁଲରେ ବନ ମହୋତ୍ସୋବ

ହିଞ୍ଜିଳୀକାଟୁ : ସବୁଜିମାର ବାର୍ତ୍ତାର ପ୍ରଚାର ପ୍ରସାର ସହ କୁନିକୁନି ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣର ଉପକାରିତା ଓ ଆବଶ୍ୟକତା ଉପଲବ୍ଧି ପାଇଁ ସୋମବାର ଆଲପୁର ହାଇସ୍କୁଲରେ "ବନ ଉତ୍ସବ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳୀ ବ୍ଲକ ଶିକ୍ଷାଧିକାରୀ ଉମାଚରଣ ତ୍ରିପାଠୀ, ନନ୍ଦିକ କ୍ଲଷ୍ଟର ସି.ଆର.ସି.ସି ଯାଦବ ସାହୁ, ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ପୋଲାଇ ଓ ଅନ୍ୟାନ୍ୟ ସଦସ୍ୟମାନେ ଓ ଅଭିଭାବକଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

Top