You are here
Home > 2018 > August > 04

ଆବାସିକ ବିଧ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପ୍ରଧାନ ଶିକ୍ଷକ ଗିରଫ

ଭୁବନେଶ୍ଵର : ଗିରଫ ହେଲେ ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କ ସହ ଅସଦାଚରଣ ନେଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଶିଖପାଲି ଆବାସିକ ସ୍କୁଲ କମ୍ପ୍ୟୁଟର ରୁମରୁ ଗତକାଲି ଜଣେ ଦଶମ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ଛାତ୍ରୀଙ୍କ ହାତ କଟା ଯାଇଥିଲା । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ପରିବାର ଅଭିଯୋଗ କରିଥିଲେ, ଛାତ୍ରୀଙ୍କ ସହ ଦୁର୍ବ୍ୟବହାର

ଶ୍ରୀମନ୍ଦିରରେ ଲାଗିବ ଅବଢ଼ାର ମୂଲ୍ୟ ସୂଚୀ

ପୁରୀ : ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଠକାମିର ଶିକାର ହେବାକୁ ପଡ଼ିବ ନାହିଁ । ଭକ୍ତ ନିଜ ପସନ୍ଦ ମୁତାବକ ମହାପ୍ରସାଦ କିଣି ଉପଯୁକ୍ତ ମୂଲ୍ୟ ଦେବେ । ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଶନିବାର ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କିଛି ଦିନ ପରେ ଅବଢ଼ାର ମୂଲ୍ୟ ସୂଚୀ ଲାଗିବ ।

ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଫାଇନାଲରେ ସିନ୍ଧୁ

ନୂଆଦିଲ୍ଲୀ : ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିଆନସିପର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଚୀନର ନାନଜିଙ୍ଗରେ ଖେଳାଯାଇଥିବା ସେମି ଫାଇନାଲରେ ସେ ଜାପାନର ଓକାନେ ୟାମାଗୁଚୀଙ୍କୁ ସିଧାସଳଖ ୨୧-୧୬, ୨୪-୨୨ରେ ମାତ୍ ଦେଇଛନ୍ତି। ୫୫ ମିନିଟ୍ ପର୍ୟ୍ୟନ୍ତ ଚାଲିଥିବା ଏହି ମୁକାବିଲାରେ ସିନ୍ଧୁ ଦୁନିଆର ଦ୍ଵିତୀୟ ନମ୍ବର ଖେଳାଳିଙ୍କୁ ପରାଜିତ କରିଛନ୍ତି। ସିନ୍ଧୁ ପ୍ରାରମ୍ଭରେ ପଛୁଆ

ପୀଡ଼ିତାଙ୍କର ୟୁ-ଟର୍ଣ୍ଣ, ‘ମୁଁ ନାବାଳିକା ନୁହେଁ; ସହମତିରେ ହୋଇଥିଲା ଯୌନ ସଂପର୍କ’

ନୂଆଦିଲ୍ଲୀ : ଏକ କ୍ୟାଥୋଲିକ୍‌ ଚର୍ଚ୍ଚର ଫାଦରଙ୍କ ବିରୋଧରେ ଆଗତ ଏକ ଦୁଷ୍କର୍ମ ଅପରାଧର ଶୁଣାଣି କେରଳର ଏକ ଅଦାଲତରେ ଚାଲିଥିବା ବେଳେ ହଠାତ୍‌ ନାବାଳିକା ପୀଡ଼ିତା ଜଣକ ହଠାତ୍‌ ୟୁ-ଟର୍ଣ୍ଣ ନେଇ ନିଜର ପୂର୍ବ ବୟାନକୁ ବଦଳାଇ ଅଦାଲତରେ ଓଲଟା ବୟାନ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ହସ୍ତଗତ ହୋଇଥିବା ଖବରର ବିବରଣୀରୁ ପ୍ରକାଶ କେରଳର ଏକ କ୍ୟାଥୋଲିକ୍‌ ଚର୍ଚ୍ଚର ଫାଦରଙ୍କ ବିରୋଧରେ ଆଗତ ହୋଇଥିବା ଏକ

ଘାଟିରେ ଉତ୍ତେଜନା, ସ୍କୁଲ-କଲେଜ ଓ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : କାଶ୍ମୀର ଘାଟିରେ ଦୁଇଟି ବଡ଼ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ପରଠୁ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି। ଫଳସ୍ଵରୂପ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ସ୍କୁଲ, କଲେଜ ଓ ଇଣ୍ଟରନେଟ୍ ସେବ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ବାରାମୁଲାର ସୋପୋର ଓ ସୋପିଆନର କିଲୋରା ଗାଁରେ ହୋଇଥିବା ଏନକାଉଣ୍ଟରରେ ଏ ପର୍ୟ୍ୟନ୍ତ ୭ ଜଣ ଆତଙ୍କବାଦୀ ନିହତ ହୋଇ ସାରିଛନ୍ତି। ମୃତକ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କରର ଜଣେ

ସୁପ୍ରିମ୍‌କୋର୍ଟର ଅଷ୍ଟମ ମହିଳା ବିଚାରପତି ହେଲେ ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ଅଷ୍ଟମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ୬୦ ବର୍ଷୀୟା ଇନ୍ଦିରା ବାନାର୍ଜୀ। ସର୍ବୋଚ୍ଚ ନ୍ୟାୟାଳୟର ମହିଳା ବିଚାରପତି ତାଲକାରେ ବାନାର୍ଜୀ ଅଷ୍ଟମ ସ୍ଥାନରେ ରହିବା ସହ ଅନ୍ୟ ଏକ ଇତିହାସ ମଧ୍ୟ ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟରେ ଏକକାଳୀନ ୩ ଜଣ କାର୍ଯ୍ୟରତ ମହିଳା ବିଚାରପତି ରହିବା ଘଟଣା ବି ଇନ୍ଦିରା ବାନାର୍ଜୀଙ୍କ ନିଯୁକ୍ତି ପରେ ପ୍ରଥମ। ପୂର୍ବରୁ କେବେ ବି ସୁପ୍ରିମ କୋର୍ଟରେ ଗୋଟିଏ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଙ୍ଗର୍ଷ

ହିଞ୍ଜିଳୀକାଟୁ : ଗଞ୍ଜାମ ଜିଲ୍ଲା ଥାନା ଶେରଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମରେ ଶନିବାର ଅପରାହ୍ନରେ ଘଟିଛି ଗୋଷ୍ଠୀ ସଙ୍ଗର୍ଷ । ଗୋଟିଏ ଗୋଷ୍ଠୀର କାତି ଚୋଟୋରେ ଅପର ଗୋଷ୍ଠୀର ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଗୁରୁତ୍ବର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ବ୍ରାହ୍ମଣଛାଇ ଗ୍ରାମ ପୀତାମ୍ବର ସାହିର କୁଞ୍ଜ ପ୍ରଧାନଙ୍କ ପୁଅ ବୁଲୁ ପ୍ରଧାନ(୩୧) ଓ ଗୁରୁତ୍ବର ଆହତ

ଭୀମ ଆପ କିମ୍ବା ରୂପେ କାର୍ଡରେ ପେମେଣ୍ଟ କଲେ ମିଳିବ ୨୦% କ୍ୟାସବ୍ୟାକ୍

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଶନିବାର ହୋଇଥିବା ଜିଏସଟି ପରିଷଦ ବୈଠକରେ କିଛି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଶୀଘ୍ର ରୁପେ କାର୍ଡ ଓ ଭୀମ ଆପ ଜରିଆରେ ଡିଜିଟାଲ ନେଣଦେଣ ଉପରେ ଜିଏସଟି ଛାଡ଼ କରିବାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବେ। ଏହା ବ୍ୟତୀତ ଜିଏସଟି ପରିଷଦ ସୂକ୍ଷ୍ମ, ଲଘୁ ଓ ମଧ୍ୟ ଉଦ୍ୟୋଗ ସେକ୍ଟର

୨୦୧୯ ମାର୍ଚ୍ଚ ମଧ୍ୟରେ ଜାଇକା ପ୍ରକଳ୍ପ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : କଟକ ଏବଂ ଭୁବନେଶ୍ୱର ଦ୍ୱୈତ-ନଗରୀରେ ଚାଲିଥିବା ଜାଇକା ସହାୟତା ପ୍ରାପ୍ତ ସମନ୍ୱିତ ପରିମଳ ବିକାଶ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶନିବାର ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଛନ୍ତି । ପ୍ରକଳ୍ପର ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ବୈଠକରେ ସମୀକ୍ଷା କରି ୨୦୧୯ ମାର୍ଚ୍ଚ ମଧ୍ୟରେ କାର୍ଯ୍ୟାନ୍ୱୟନ ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ କଣ୍ଟ୍ରାକ୍ଟରମାନେ ଚୁକ୍ତିରେ ଖିଲାପ କଲେ

ଦୁରାରୋଗ୍ୟ ବ୍ୟାଧିରେ ଦୀପ୍ତି, ଅର୍ଥ ସାଜିଛି ବାଧକ

ହିଞ୍ଜିଳୀକାଟୁ : ଦିନଥିଲା ସବୁ ଛାତ୍ରଛାତ୍ରୀଙ୍କ ପରି ସେ ହସିଖେଳି ପାଠ ପଢୁଥିଲା । ହେଲେ ଆଜି ଖେଳିବା ତ ଦୂରର କଥା ପାଠ ପଢାରେ ଲାଗିଛି ଡୋରୀ । ଦୂରାରୋଗ୍ୟ ବ୍ୟାଧିରେ ସେ ହୋଇଛି ଆକ୍ରାନ୍ତ । ଉଠିବସି ନ ପାରି ଶେଷରେ ସେ ଶେଜ ଧରିଛି । ଅନ୍ୟ ଝିଅଙ୍କ ପରି ତାର ଉଜ୍ଵଳ ଭବିଷ୍ୟତ ଆଶା ମଉଳିଯାଇଛି । ତାର ରନ୍ଧା ଖାଦ୍ୟ ବଦଳରେ ତରଳ

Top