You are here
Home > 2018 > August > 09

କିମସ ପ୍ରଫେସରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ଭୁବନେଶ୍ଵର : କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ କିମସର ପ୍ରଫେସର ଏମିରେଟସ ତଥା ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡା.ସୁରେଶ ଚନ୍ଦ୍ର ଦାଶ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଆସୋସିଏସନ ଅଫ ଭସ୍କୁଲାର ଆକସେସ ଆଣ୍ଡ ଇଣ୍ଟରନ୍ୟାସନାଲ ରେନାଲ ଫିଜିସିଆନ ପକ୍ଷରୁ ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଣ୍ଡିଗଡସ୍ଥିତ ପୋଷ୍ଟ ଗ୍ରାଜୁଏସନ ଇନିଷ୍ଟିଚ୍ୟୁଟଅଫ ମେଡିକାଲ ଏଜୁକେସନ

ଶସ୍ତା ଦରରେ ଡାଲି ଯୋଗାଇବ କେନ୍ଦ୍ର, ରାଜ୍ୟ ହାତରେ ବଣ୍ଟନ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ପ୍ରାୟ ୩୪.୮୮ ଲକ୍ଷ ଟନ ଡାଲି ରିହାତି ଦରରେ ପ୍ରଦାନ କରିବେ । ରାଜ୍ୟମାନେ ଏହି ଡାଲିକୁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯଥା ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଆଦିରେ ବଣ୍ଟନ ଲାଗି ବ୍ୟବହାର କରିବେ । ଏହି ଯୋଜନା ଅନୁସାରେ ପ୍ରାୟ ୩୪.୮୮ ଲକ୍ଷ ଟନ ହରଡ଼, ଚଣା, ମୁଗ, ମସୁର ଓ ବିରି ଡାଲି ରାଜ୍ୟ ସରକାରମାନଙ୍କୁ ହୋଲସେଲ

ଅଗଷ୍ଟ ୯କ୍ରାନ୍ତି ଦିବସରୁ ଏ.ଆଇ.ଟି.ୟୁ.ସିର ଦେଶବ୍ୟାପୀ ଜନଜାଗରଣ ଅଭିଯାନ

ନବୀନ ପଟ୍ଟନାୟକଙ୍କ ବିଶ୍ଵାସଘାତକ ଭୂମିକା ଅକ୍ଷମଣୀୟ : କଂଗ୍ରେସ

ଭୁବନେଶ୍ଵର : ବିଜୁ ଜନତା ଦଳ ଗତ ବହୁ ବର୍ଷ ଧରି ଯେଉଁ ଛଳନା ଓ ପ୍ରତାରଣା କରି ଆସୁଥିଲା । ବର୍ତ୍ତମାନ ତାହାର ପ୍ରକୃତ ସ୍ୱରୂପ ପଦାରେ ପଡି ଯାଇଛି ବୋଲି କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ୪କୋଟି ୩୫ଲକ୍ଷ ଓଡିଶାବାସୀଙ୍କୁ ବିଜୁ ଜନତା ଦଳ ବାରମ୍ବାର ବିଶ୍ଵାସଘାତକତାର ଚରମ ସୀମାରେ ପହଞ୍ଚି ପ୍ରଚାର କରୁଥିଲା ଯେ ସେହି ଦଳ କଂଗ୍ରେସ ଓ ବିଜେପି

ମଦୁଆ ପୋଲିସ୍ ବାବୁଙ୍କୁ ନିସ୍ତୁକ ଛେଚିଲେ ଲୋକେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଲନ୍ଦସରରେ ପୋଲିସ ବାବୁଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଖାଲି ସେତିକି ନୁହଁ ପୋଲିସ ବାବୁଙ୍କ ବେଲଟ କାଢ଼ି ମାଡ ମାରୁଛନ୍ତି କିଛି ଯୁବକ । ପୋଲିସ ବାବୁ ତାଙ୍କୁ ଛାଡିଦେବା ପାଇଁ ଯେତେ କାକୁତି ମିନତି ହେଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନାହାନ୍ତିି । ସୂଚନା ଅନୁଯାୟୀ ପୋଲିସ ଅଫିସର ଜଣଙ୍କ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ବାଇକ୍ ଆରୋହୀଙ୍କୁ

ଦୁଷ୍କର୍ମ ପରେ ଉଲଗ୍ନ ଯୁବତୀଙ୍କୁ ଗଛରେ ବାନ୍ଧି ହତ୍ୟା

ବଲାଙ୍ଗୀର : ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ରାସ୍ତାର ସାତବହନି ଗ୍ରାମ ନିକଟରେ ଗଛରେ ବନ୍ଧା ଯାଇଥିବା ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଉଲଗ୍ନ ମୃତଦେହ ପୁଲିସ ଜବତ କରିଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅତି ବୀଭତ୍ସ ଭାବେ ତାଙ୍କ ଛାତିରେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟା କରିବା ପୂର୍ବରୁ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଏକ ଗଛରେ ଉଲଗ୍ନ କରି ବାନ୍ଧିି

ହ୍ୱାଟସଆପରେ ବ୍ୟକ୍ତିଗତ ମେସେଜକୁ ଏଡିଟ୍ କରାଯାଇପାରିବ

ନୂଆଦିଲ୍ଲୀ : ହ୍ୱାଟସଆପର ସିକ୍ୟୁରିଟିକୁ ନେଇ ଯେତେ ବଡ ବଡ ଦାବି କରାଯାଇ ଥିଲେ ମଧ୍ୟ ଏବେ ସତ୍ୟତା ସାମ୍ନାକୁ ଆସିଛି । ଇଜ୍ରାଇଲର କିଛି ସଂଶୋଧନକର୍ତା ଦାବି କରିଛନ୍ତି ଯେ, ହ୍ୱାଟସଆପରେ ବଡ ତ୍ରୁଟି ରହିଛି ଯାହା ଫଳରେ ଆପଣଙ୍କର ବ୍ୟକ୍ତିଗତ ମେସେଜକୁ ଅନ୍ୟ କେହି ଏଡିଟ କରି ପାରିବ । ସିକ୍ୟୁରିଟି ଏଜେନ୍ସି ଚେକପ୍ୱାଇଂଟ କହିଛନ୍ତି କି ହ୍ୟାକର ଚାହିଁଲେ ଗ୍ରୁପରେ ପଠା ଯାଇଥିବା ମେସେଜକୁ ଏଡିଟ

ଗଞ୍ଜାମ ଆସ୍କାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ପୁଣି ଏକ ଏନକାଉଣ୍ଟର ହୋଇଛି । ଚାରିମାଇଲ ଛକଠାରେ ବଳିଆପଲ୍ଲୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳକୁ ପୋଲିସ ଏନକାଂଉଟର କରିଛି । କାଳୁର ଡାହାଣ ଗୋଡରେ ଗୁଳି ବାଜିଛି । ତା ନିକଟରୁ ୯ଏମଏମ ପିସ୍ତଲ, ୩ଟି ଅଫୁଟା ଗୁଳି, ଗୋଟିଏ ବାଇକ ଜବତ କରାଯାଇଛି । କାଳୁ ନାଁରେ ହତ୍ୟା, ରାହାଜାନୀ, ବୋମାମାଡ, ଡକାୟତି ଭଲି ସଙ୍ଗୀନ

ନିର୍ଯାତନା ମାମଲାରେ ଇସ୍ତଫା ଦେଲେ ସମାଜ କଲ୍ୟାଣ ମନ୍ତ୍ରୀ

ବିହାର : ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ କାଣ୍ଡକୁ ନେଇ ବିରୋଧୀଙ୍କ ଚାପରେ ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମା ଇସ୍ତଫା ଦେଇଛନ୍ତି । ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବ୍ରଜେଶ ଠାକୁରଙ୍କ ସହ ମଂଜୁ ବର୍ମାଙ୍କ ସ୍ୱାମୀଙ୍କ ସଂପର୍କ ଥିବା ବିରୋଧୀ ଅଭିଯୋଗ କରିଛନ୍ତି । ତେଣୁ ମଂଜୁ ବର୍ମା ଇସ୍ତଫା ଦେଇଥିବା କୁହାଯାଉଛି

ମାଲକାନଗିରି ସୀମାନ୍ତରେ ମାତିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାରେ ମାତିଛନ୍ତି ମାଓବାଦୀ । ଛତିଶଗଡ ଦାନ୍ତେୱାଡାରେ ରେଳଧାରଣା ଉଡାଇ ଦେଇଛନ୍ତି ମାଓବାଦୀ । ଫଳରେ ପାସେଂଜର ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ମାଓବାଦୀମାନେ ରେଳଧାରଣା ଉଡାଇଥିବା ବେଳେ ସେହି ସମୟରେ ତାମାଲୁର ଠାରୁ ଦାନ୍ତେୱାଡା ପାସେଂଜର ସେହି ରେଳଧାରଣା ଦେଇ ଯାଉଥିଲା । ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ

Top