You are here
Home > 2018 > August > 10

ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ : ସରକାର

ନୂଆଦିଲ୍ଲୀ : ଦେଶରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ କହିଛନ୍ତି ଯେ ଏ ନେଇ କୌଣସି ଯୋଜନା ନାହିଁ । ୨୦୧୬ ନଭେମ୍ବର ୮ ତାରିଖରେ ମୋଦି ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ

ବିରୋଧୀଙ୍କ ବିରୋଧରେ ଅଟକିଲା ତିନି ତଲାକ ବିଲ୍

ନୂଆଦିଲ୍ଲୀ : ରାଜ୍ୟସଭାରେ ସର୍ବସମ୍ମତି ଅଭାବରୁ ମୌସୁମୀ ଅଧିବେଶନର ଅନ୍ତିମ ଦିନରେ ତିନି ତଲାକ ବିଲ୍ ଗୃହରେ ଉପସ୍ଥାପିତ ହୋଇ ପାରିନାହିଁ। ଶୁକ୍ରବାର ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି ଯେ ଗୃହରେ ଏକତାର ଅଭାବ ରହିଛି ତେଣୁ ଏହି ବିଲ ଆଜି ଉପସ୍ଥାପିତ ହୋଇ ପାରିବ ନାହଁ। ଗୋଟିଏ ଦିନ ପୂର୍ବେ କେନ୍ଦ୍ରୀୟ କ୍ୟାବିନେଟ୍ ବିଲରେ ସଂଶୋଧନକୁ ମଞ୍ଜୁରୀ ଦେଇଥିଲେ। ଏବେ ଏହି ବିଲକୁ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ

ଭାରତ ପାଇଁ ଅଧିକ ସମୟ ଖେଳିବାକୁ ଚାହୁଁଛ ତ ଗୋଟିଏ ଉପରେ ଧ୍ୟାନ ଦିଅ : ସନ ପୋଲକ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସନ ପୋଲକଙ୍କ କହିବା କଥା ଯଦି ଭାରତର ଯୁବ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲମ୍ବା ସମୟ ପର୍ୟ୍ୟନ୍ତ କ୍ରିକେଟ୍ ଖେଳିବାକୁ ଅଛି ତେବେ ନିଜ ଖେଳର ଗୋଟିଏ ପକ୍ଷ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ପୋଲକଙ୍କ କହିବା କଥା ଟି-୨୦ର ଲୋକପ୍ରିୟତା ଅନେକ ଅଲରାଉଣ୍ଡର ଖେଳାଳିଙ୍କୁ ଜନ୍ମ ଦେଇଛି। ସେ ବର୍ତ୍ତମାନ ସମୟରେ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ସର୍ବଶ୍ରେଷ୍ଠ ଅଲରାଉଣ୍ଡର

ଖପ୍ପା ସଲମାନ୍‌ଙ୍କୁ ବୁଝାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ : ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ୍‌ ଖାନ୍‌ଙ୍କ ଷ୍ଟାରର ସିନେମା ‘ଭାରତ’କୁ ଛାଡ଼ି ଦେଇଥିବା ଖବର ମିଳିଥିଲା। ତେବେ ପ୍ରିୟଙ୍କା ‘ଭାରତ’କୁ କାହିଁକି ଛାଡ଼ିଲେ ସେନେଇ ସ୍ପଷ୍ଟ କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ତେବେ କୁହାଯାଉଛି କି, ପ୍ରିୟଙ୍କା ତାଙ୍କର ଏକ ବଲିଉଡ୍‌ ସିନେମା ଓ ବୟଫ୍ରେଣ୍ଡ ନିକ୍‌ ଜୋନସକୁ ବିବାହ କରିବା କାରଣରୁ ଏମିତି କିରିଛନ୍ତି। ଏହାପରେ ଚର୍ଚ୍ଚା ହେଲା କି ପ୍ରିୟଙ୍କା ‘ଭାରତ’ ଛାଡ଼ିବା

ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ତାଲିମ ଦେବ ନିମାହନସ୍

ଭୁବନେଶ୍ଵର : ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ଓ ନିଶାମୁକ୍ତି କେନ୍ଦ୍ର ବିକାଶ ନିମନ୍ତେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଓ ନିମାହନସ୍ ବେଙ୍ଗାଲୁରୁ ଏବଂ ଏ.ଆଇ.ଆଇ.ଏମ୍.ଏସ୍ ନୂଆଦିଲ୍ଲୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାନସିକ ରୋଗୀଙ୍କୁ ପ୍ରାଥମିକ ଓ ଆପାତକାଳୀନ ଚିକିତ୍ସା

ଅପ୍ରାକୃତିକ ଯୌନ ସଂପର୍କ ନରଖିବାରୁ ସ୍ତ୍ରୀକୁ ଛାଡପତ୍ର

ନୂଆଦିଲ୍ଲୀ : ହରିୟାଣାର ପାନିପତ ସହରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ଅପ୍ରାକୃତିକ ଯୌନ ସମ୍ଭନ୍ଧ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ,ସ୍ୱାମୀ ପର୍ଣ୍ଣ ଫିଲ୍ମ ଦେଖି ମୋ ସହ ସେହି ଭଳି କରିବାକୁ ଚେଷ୍ଟା କରୁଥିଲେ । ମୁଁ ସେଭଳି କରିବା ପାଇଁ ମନା କରିବାରୁ ସେ ମୋତେ ତଲାକ୍‌ ଦେବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏ ନେଇ ମହିଳା

ମହିଳାଙ୍କ ଅନ୍ତବସ୍ତ୍ର ଭିତରେ ହେରୋଇନ୍‌ ପୁଡିଆ

ନୂଆଦିଲ୍ଲୀ: ତ୍ରିଲୋକପୁରୀରେ ଦିନ ଦ୍ୱିପହରରେ ହେରୋଇନ୍‌ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୁଲିସ ଗୁରୁବାର ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ,ଦିଲ୍ଲୀ ପୁଲିସ ଏସ୍‌ଆଇ ଅନୁଜ କୁମାରଙ୍କୁ ବିଶେଷ ସୂତ୍ର୍ରରୁ ସୂଚନା ମିଳିଲା କି, ଜଣେ ମହିଳା ଯା’ଅାସ କରୁଥିବା ଲୋକମାନଙ୍କୁ ହେରୋଇନ୍‌ ପୁଡ଼ିଆ ବିକ୍ରି କରୁଛନ୍ତି। ଏହି ମହିଳାଙ୍କ ପାଖରେ ବିପୁଳ ପରିମାଣର ହେରୋଇନ୍‌ ଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍‌ ଆକସ୍ମିକ ଭାବେ ମହିଳାଙ୍କ

କାର ପଛକୁ ଧକ୍କା ଦେଲା ଯାତ୍ରୀବାହି ବସ

ହିଞ୍ଜିଳୀକାଟୁ : ଶୁକ୍ରବାର ସକାଳେ ପ୍ରାୟ ୯.୩୦ସମୟରେ ୫୯ନଂ ଜାତୀୟ ରାଜପଥ ହିଞ୍ଜିଳୀକାଟୁସ୍ଥିତ ଘୋଡାହାଡ ସେତୁ ଉପରେ ଏକ ଇଣ୍ଡିଗୋ କାର (ନଂ-ଓଡି୨୭-୪୪୪୯) ପଛପଟକୁ ଏକ ଘରୋଇ ଯାତ୍ରୀବାହି ବସ ମା ଟ୍ରାଭେଲର୍ସ (ନଂ-ଓଆର-୧୨ବି-୫୦୨୭) ଧକ୍କା ଦେଇଥିଲା । ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ କାର ପଛଭାଗ ଏବଂ ଯାତ୍ରୀବାହି ବସର ସମ୍ମୁଖ ଭାଗର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ହିଂଜିଳି ପୋଲିସ

‘ମିଶନ ୧୨୦’ ନା ଓଡିଆଙ୍କ ସଙ୍ଗେ ଫୋର ଟ୍ୱେଣ୍ଟି : ନିରଞ୍ଜନ

ଭୁବନେଶ୍ଵର : ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିମନ୍ତେ ଏନଡିଏ ପାର୍ଥୀଙ୍କୁ ସମର୍ଥନ ଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ଏବଂ ବିଜେପି ସହିତ ତାଙ୍କର ରହିଥିବା ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି । ଅନେକ ସମୟରେ ବିଜେପିଠାରୁ ଦୂରତା ବଜାୟ ରଖିବାକୁ ମିଛ କହୁଥିବା ବିଜେଡିର ଅସଲ ଚେହାରା ଏବେ ପଦାରେ ପଡିଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବିଜେଡ଼ିର ମୁଖପାତ୍ର

ଆଶା କର୍ମୀଙ୍କ ବାର୍ଷିକ ଭତ୍ତା ବୃଦ୍ଧି

ଭୁବନେଶ୍ୱର : ଆଶା କର୍ମୀ ମାନଙ୍କ ପାଇଁ ଖୁସି ଖବର । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କର୍ମୀ ମାନଙ୍କ ବାର୍ଷିକ ଭତ୍ତା ବୃଦ୍ଧି କରିବା ସହ ସ୍ଵତନ୍ତ୍ର କିଟ୍ ବ୍ୟାଗ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି । କିଟ୍ ବ୍ୟାଗ୍, ଛତା, ଯୋତା, ସାଇକେଲ, ଟର୍ଚ ଓ ଆଲମିରା ପାଇଁ ୧୦୦୦୦ ଟଙ୍କା ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆମ ଗାଁ

Top