ସମ୍ଭାବ୍ୟ ବାତ୍ୟା : ୪ ଜିଲ୍ଲାରେ ବର୍ଷିବ

ଭୁବନେଶ୍ଵର ; ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ରବିବାର ବାତ୍ୟାରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଖବର ଅନୁଯାୟୀ ପାଣିପାଗ ବିଭାଗର ସୂଚନା ସୁଦୃଶ୍ୟ ଲଘୁଚାପ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆସନ୍ତା କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ୪ ତାରିଖ ସଂଧ୍ୟାରେ ଚେନ୍ନାଇ ଓ ମଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବ ବୋଲି କୁହାଯାଇଛି।

ବାତ୍ୟା ପ୍ରଭାବରେ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୫ରେ ବର୍ଷାର ପରିମାଣ ବଢ଼ିବ। ଓଡ଼ିଶା ଉପକୂଳରେ ୩୫ରୁ ୫୫ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button