ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନଙ୍କ ସହିତ ଫେରିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ବିମାନବନ୍ଦରରେ ଶ୍ରମିକମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଖବର ଅନୁଯାୟୀ ମୟୂରଭଞ୍ଜ ତିରିଂ ଥାନା କୁଳଡ଼ିହା ଗ୍ରାମର ରାଜୁ ନାଏକ, ବାଙ୍ଗିରିପୋଷି ବେଧକୁ ଗାଁର ଧିରେନ୍ ନାୟକ, ବିଶେଶ୍ୱର ନାୟକ ଓ ନବରଙ୍ଗପୁରର ଭଗବାନ ବତରା ଓଡିଶା ଫେରିଛନ୍ତି। ତପନ ମଣ୍ଡଳ ତାଙ୍କ ଭାଇଙ୍କ ସହ ପରେ ଫେରିବେ। ଶ୍ରମିକମାନେ ବିମାନବନ୍ଦରରୁ ସର୍କିଟ୍ ହାଉସ ଯାଇଛନ୍ତି। ସେଠାରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ଣରେ ନବୀନନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘରକୁ ଫେରିବେ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button