ରାଇଘର : ବିଜେପିର ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ

ନବରଙ୍ଗପୁର : ବିଜେପିର ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ ଯୋଗୁ ଉମରକୋଟ ବିଧାୟକଙ୍କ ସମେତ ଦଳୀୟ କର୍ମୀ ଓ ପୋଲିସ ଆହତ ହୋଇଛନ୍ତି। ବିଭିନ୍ନ ଦାବି ନେଇ ଆଜି ବିଜେପିର ବ୍ଲକ କାର୍ଯ୍ୟଳୟ ଘେରାଉ ସମୟରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଆଜି ବିଜେପିର ରାଲି ବାହାରି ମୁଖ୍ୟ ବଜାର ଦେଇ ବ୍ଲକ କାର୍ଯ୍ୟଳୟ ଠାରେ ପହଞ୍ଚିଥିଲା। ଏହି ରାଲିରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରମେଶ ଚନ୍ଦ୍ର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧକ୍ଷ ସନ୍ତୋଷ ମହାପାତ୍ର ପ୍ରମୁଖ ନେତୃତ୍ଵ ନେଇଥିଲେ। ସେଠାରେ ନେତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଧାୟକ ଶ୍ରୀ ଗଣ୍ଡ କହିଥିଲେ ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ରାଇଘର ବ୍ଲକକୁ ଶିକ୍ଷା ଓ ସ୍ଵାସ୍ଥ୍ୟ ତଥା ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି। ୫-ଟି ବିଦ୍ୟାଳୟ ଭିତ୍ତିଭୂମି ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେl

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ବିପୁଳ ସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇଥିଲେ। ନେତାଙ୍କ ଭାଷଣ ସମୟରେ ହଠାତ ଶହ ଶହ ସଂଖ୍ୟାରେ ମହୁମାଛି ଆକ୍ରମଣ କରିବାରୁ କର୍ମୀ ଓ ନେତାମାନେ କାର୍ଯ୍ୟକ୍ରମ ଅଧାରୁ ଛତ୍ରଭଙ୍ଗ ଦେଇଥିଲେ ହେଁ ଅନେକ ଆହତ ହୋଇଥିଲେ। ଏହାଛଡା ମୁଣ୍ଡିବେଡା ପଂଚାୟତର ଖିଡ଼ିଙ୍ଗିମାଲ ଗ୍ରାମର ବିକ୍ରମ ମାଝୀ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button