୩ ନୁହେଁ ୪ରେ ହେବ ମିଜୋରାମ୍ ଭୋଟ ଗଣତି

ନୂଆଦିଲ୍ଲୀ : ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣତି ତାରିଖ ବଦଳିଲା। ଡିସେମ୍ବର ୩ ପରିବର୍ତ୍ତେ ୪ ତାରିଖରେ ହେବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ମିଜୋରାମର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ। ସେମାନେ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଆନ୍ତି। ୩ ତାରିଖ ରବିବାର ପଡ଼ୁଥିବାରୁ ଏହାକୁ ବଦଳାଇବାକୁ ଲୋକେ ଦାବି କରିଥିଲେ। ସେହି କାରଣରୁ ଭୋଟ ଗଣତି ତାରିଖ ପରିବର୍ତ୍ତନ କରାଯାଇଛି। ମିଜୋରାମର ୪୦ଟି ଆସନ ପାଇଁ ନଭେମ୍ବର ୭ତାରିଖରେ ମତଦାନ ହୋଇଥିଲା।

ଅନ୍ୟପକ୍ଷରେ ଇଣ୍ଡିଆ ଟିଭି-ସିଏନଏକ୍ସ ଏକ୍ଜିଟ୍ ପୋଲ୍ ଅନୁଯାୟୀ ମିଜୋରାମର ୪୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ରେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ)କୁ ୧୪ରୁ ୧୮ଟି ଆସନ ମିଳିପାରେ। ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ)କୁ ୧୨ରୁ ୧୬, କଂଗ୍ରେସକୁ ୮ରୁ ୧୦ ଓ ବିଜେପିକୁ ସର୍ବାଧିକ ୨ଟି ଆସନ ମିଳିପାରେ। ସେହିପରି ଏବିପି ନ୍ୟୁଜ୍-ସି ଭୋଟର ଏକ୍ଜିଟ୍ ପୋଲ୍ ରିପୋର୍ଟ – ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ ୧୫ରୁ ୨୧ଟି ଆସନ ଓ ଜେଡପିଏମକୁ ୧୨ରୁ ୧୮ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button