ବୈପାରୀଗୁଡା ଆଇଆଇସି ଚାକିରିରୁ ବିଦା ହେଲେ

ଭୁବନେଶ୍ଵର : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ ବସରେ ଆସୁଥିବା ବେଳେ ଭିଜିଲାନ୍ସ ଧରିଥିଲା। ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ପୋଲିସ ମହା ନିର୍ଦ୍ଦେଶକ ତାକୁ ଚାକିରିରୁ ବହିଷ୍କାର କରିଛନ୍ତି।

ଖବର ଅନୁଯାୟୀ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ଭିଜିଲାନ୍ସ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା। ହେଲେ ଚଢଉ ବେଳେ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନକୁ ମିଶାଇ ୩୭ ଲକ୍ଷ ଟଙ୍କା ଜବତ ହୋଇଛି। ଯାହାର ହିସାବ ସେ ଦେଇପାରି ନଥିଲେ। କେବଳ ସେତିକି ନୁହେଁ ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button