ମୁନିଗୁଡାରେ ମହାବଳ ବାଘ ଆତଙ୍କ

ରାୟଗଡା : ମୁନିଗୁଡାରେ ମହାବଳ ବାଘ। ଗଜପତି ଅଂଚଳରୁ ପଶି ଆସିଥିବା ଏହି ବାଘକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଥମେ ପଦ୍ମପୁର ବ୍ଲକରେ ବାଘ ବୁଲୁଥିବା ଖବର ପ୍ରଚାର ପରେ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ। ମୁନିଗୁଡା ଅଂଚଳରେ ବାଘ ବୁଲୁଥିବା ପାଦ ଚିହ୍ନରୁ ବନ ବିଭାଗ ଜାଣିପାରିଛି।

ଖବର ଅନୁଯାୟୀ ଦୁଇଦିନ ତଳେ ବାଘ ମୁନିଗୁଡା ବ୍ଲକ ବନ୍ଧଗୁଡାରେ ମଇଁଷି ଛୁଆକୁ ମାରି ଖାଇବାରୁ ଲୋକେ ଭୟଭିତ ହୋଇପଡିଛନ୍ତି। ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ବାଘ ବୁଲୁଥିବା ଗାଁଗୁଡିକରେ ସତର୍କ ଚେତାବନୀ ଦେଉଛନ୍ତି। ରାତିରେ ଘରୁ ପଦାକୁ ନବାହାରିବା ଓ ଜଂଗଲକୁ କିଛିଦିନ ପର୍ଯ୍ୟନ୍ତ ନଯିବାକୁ କୁହାଯାଇଛି। ବନ ବିଭାଗ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କେହି ଏକାକୀ ବୁଲିବେନି କିମ୍ବା ହାଟ ବଜାରକୁ ଗଲାବେଳେ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ପରାମର୍ଶ। କେବଳ ସେତିକି ନୁହେଁ ଗତକାଲି ନଗଲୁ ଗ୍ରାମପଞ୍ଚାୟତର ଘଟନା ଗାଁରେ ଜଣେ ମହିଳା ଜମିରେ ରାଶି କାଟୁଥିବା ବେଳେ ବାଘକୁ ଦେଖି ଗଛ ଉପରେ ଚଢିଯାଇଥିଲେ। ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବନ ବିଭାଗ ବାଘକୁ ଠାବ କରିପାରିନଥିବା ବେଳେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button