ତେଲେଙ୍ଗାନା ବିଧାନସଭା ନିର୍ବାଚନ : ଓୱେସିଙ୍କ ଗଡ଼ରେ ବିଜେପି

ହାଇଦ୍ରାବାଦ : ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ବିଧାନସଭା ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ପରାଜିତ ହୋଇଛି। କିନ୍ତୁ ଅନ୍ୟ ୩ଟି ରାଜ୍ୟରେ କଂଗ୍ରେସ ବିଫଳ ହୋଇଛି। ଗତ ନିର୍ବାଚନଠାରୁ ଏହି ରାଜ୍ୟରେ ବିଜେପି ଏଥର ପ୍ରଦର୍ଶନ କରିଥିବା ବେଳେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ନୈରାଶ୍ୟର ସମ୍ମୁଖୀନ ହୋଇଛନ୍ତି।

ଖବର ଅନୁଯାୟୀ ବିଜେପି ପ୍ରାର୍ଥୀ ରାଜା ସିଂହ ବିଆରଏସ ପ୍ରାର୍ଥୀ ନନ୍ଦ କିଶୋର ବ୍ୟାସଙ୍କୁ ପରାସ୍ତ କରି ଗୋଶାମହଲ ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ହାଇଦ୍ରାବାଦରେ ଓୱେସିଙ୍କ ଦୁର୍ଗ ଭୁଶୁଡ଼ିଛି। ନାମପଲ୍ଲୀ ଓ କରୱାନ ଆସନରେ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ପଛରେ ରହିଛି। ଓୱେସିଙ୍କ ଗଡ଼ କରୱାନରେ ବିଜେପି ପ୍ରାର୍ଥୀ ଅମର ସିଂ ଆଗୁଆ ରହିଛନ୍ତି। ନାମପଲ୍ଲୀରେ କଂଗ୍ରେସ ଆଗୁଆ ରହିଛି।

ଏଆଇଏମଆଇଏମ୍ ପ୍ରାର୍ଥୀ ଆକବରୁଦ୍ଦିନ ଓୱେସି ଓ ମୀର ଜୁଲଫେକର ଅଲ୍ଲୀ ଚନ୍ଦ୍ରଯାନଗୁଟ୍ଟା ଏବଂ ଚାରିମିନାର ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ୪ ଜଣ ଦଳୀୟ ପ୍ରାର୍ଥୀ ଚନ୍ଦ୍ରଯାନଗୁଟ୍ଟା, ମଲାକପେଟ ଓ ବାହାଦୁରପୁରା ବିଧାନସଭା ଆସନରେ ଆଗୁଆ ରହିଛନ୍ତି। ହାଇଦ୍ରାବାଦର ୭ଟି ଆସନ ଏଆଇଏମଆଇଏମର ଗଡ଼ କୁହାଯାଉଥିଲା। ଏଥିରୁ ୨ଟିରେ ଏଆଇଏମଆଇଏମ୍ ବିଜୟୀ ହୋଇଥିବା ବେଳେ ୩ ଟିରେ ଆଗୁଆ ରହିଛି। ଓୱେସିଙ୍କ ନିବେଦନ ଓ ବିଆରଏସ ସପକ୍ଷରେ ବଡ଼ ସାଧାରଣ ସଭା ସତ୍ତ୍ୱେ ତେଲେଙ୍ଗାନାରେ ମୁସଲମାନ ଭୋଟ କଂଗ୍ରେସ ଆଡକୁ ଯାଇଥିବା ମନେ ହେଉଛି।

Leave a Reply

Your email address will not be published. Required fields are marked *

Back to top button