ଛତିଶଗଡ଼ ନିର୍ବାଚନ : ରାୟପୁରରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଲେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନରେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର ବିଜୟୀ ହୋଇଛନ୍ତି। ସେ ରାୟପୁର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ୧୫ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ସେ ୫୪,୨୭୯ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ କୁଲଦୀପ ସିଂହ ଜୁନେଜାଙ୍କ ଠାରୁ ୨୩,୦୫୪ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। କୁଲଦୀପଙ୍କୁ ୩୧,୨୨୫ ଖଣ୍ଡ ଓ ସ୍ଵାଧୀନ ପ୍ରାର୍ଥୀ ଅଜିତ କୁକରେଜାଙ୍କୁ ୨୨,୯୩୯ ଖଣ୍ଡ ଭୋଟ୍‌ ମିଳିଛି। ପୁରନ୍ଦର ମିଶ୍ର ଜିତିବା ପରେ ରାୟପୁର ଓଡ଼ିଆ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।

ସେହିପରି ସ୍ଵାଧୀନ ପ୍ରାର୍ଥୀ ସାବିତ୍ରୀ ଜଗତଙ୍କୁ ୭୩୦, ଆମ ଆଦମୀ ପାର୍ଟିର ବିଜୟ ଗୁରୁବକ୍ସାନୀଙ୍କୁ ୫୦୮, ଜୋହାର ଛତିଶଗଡ଼ର ଲକ୍ଷ୍ମୀ ନାଗଙ୍କୁ ୪୨୬, ସ୍ଵାଧୀନ ପ୍ରାର୍ଥୀ ହେମନ୍ତ ଭାଇ ପଟେଲଙ୍କୁ ୩୭୪, ବହୁଜନ ସମାଜ ପାର୍ଟିର ସୁରଜ ତାଣ୍ଡିଙ୍କୁ ୩୨୨, ଛତିଶଗଡ଼ ମହାତରାଇ ପାର୍ଟିର ବିବେକ ଧିରିତଲାହରେଙ୍କୁ ୨୪୫, ସ୍ଵାଧୀନ ପ୍ରାର୍ଥୀ ସଂଜୟ ନାଗଙ୍କୁ ୧୮୫, ପ୍ରବୀଣ ଜୈନଙ୍କୁ ୧୩୨, ସୁକଦେବଙ୍କୁ ୧୦୦, ରାଇଟ୍‌ ଟୁ ରିକଲ ପାର୍ଟିର ଅଶୋକ କୁମାର ଦଡସେନାଙ୍କୁ ୭୭, ଲୋକ ଜନଶକ୍ତି ପାର୍ଟିର ମହମ୍ମଦ ଶାମୀ ଖାନଙ୍କୁ ୬୪ ଖଣ୍ଡ ଓ ନୋଟାରେ ୮୭୨ ଖଣ୍ଡ ଭୋଟ ପଡିଛି। ସୂଚନାଯୋଗ୍ୟ ସମାଜସେବୀ ଓ ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର। ସେ ଏକମାତ୍ର ଓଡ଼ିଆ ପାର୍ଥୀ ଭାବେ ଛତିଶଗଡ଼ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି।

Leave a Reply

Your email address will not be published. Required fields are marked *

Back to top button