ରାଜସ୍ଥାନ : ମୁଖ୍ୟମନ୍ତ୍ରୀ ଦୌଡ଼ରେ ଦିୟା କୁମାରୀ

ରାଜସ୍ଥାନ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଦ୍ୟାଧର ନଗର ଆସନରୁ ପ୍ରାର୍ଥୀ ହୋଇଥିବା ସାଂସଦ ଦିୟା କୁମାରୀ ବିଜୟୀ ହୋଇଛନ୍ତି। ତାଙ୍କୁ ମିଳିଛି ୧,୫୮,୫୧୬ ଖଣ୍ଡ ଭୋଟ। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ ସୀତାରାମ ଅଗ୍ରୱାଲଙ୍କୁ ୭୧,୩୬୮ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।

ଖବର ଅନୁଯାୟୀ ରାଜ ପରିବାରରୁ ଆସୁଥିବା ଦିୟା କୁମାରୀ ବିଜେପି ପ୍ରାର୍ଥୀ ହୋଇ ଜିତିବେ ବୋଲି ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ରାଜସ୍ଥାନରେ ଏବେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି।

ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ ଝାଲରାପଟନମ ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୫୩,୧୯୩ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ବସୁନ୍ଧରାଙ୍କୁ ମିଳିଛିମୋଟ ୧,୩୮,୮୩୧ ଖଣ୍ଡ। ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୦ ଆବଶ୍ୟକ। ବିଜେପି ୩୭ଟି ଆସନ ଜିତି ସାରିଥିବା ବେଳେ ୭୯ଟିରେ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *

Back to top button