Fri. Dec 6th, 2019

ପାନିପତ ସିନେମା ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ନୋଟିସ୍

ମୁମ୍ୱାଇ:ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରକରଙ୍କ ନୂଆ ହିନ୍ଦୀ ସିନେମା ‘ପାନିପତ’ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏହା ବିବାଦଭିତରକୁ ଫସିଯାଇଛି।ଏହି ସିନେମାର ଟ୍ରେଲରରେ କ୍ରିତି ସାନନଙ୍କ ମୁହଁରେ ଥିବା ଏକ ସଂଳାପକୁ ନେଇ ବିବାଦ ଉଠିଛି।

ମଧ୍ୟ ପ୍ରଦେଶର ଭୋପାଳରେ ରହୁଥିବା ପେଶୱା ବାଜୀରାଓଙ୍କ ଅଷ୍ଟମ ପୀଢ଼ିର ସଦସ୍ୟ ନୱାବଜାଦା ଶଦାବ ଅଲୀ ବାହାଦୁର୍ ଏନେଇ ଆପତ୍ତି ଉଠାଇଛନ୍ତି। ଏଥିଲାଗି ସେ ‘ପାନିପତ’ର ପ୍ରଯୋଜକ ସୁନୀତା ଗୋୱାରିକର୍ ଓ ରୋହିତ ଶେଲତାକରଙ୍କ ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍ଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି।

ଏଥିରେ ସେ ଫିଲ୍ମରୁ ଉକ୍ତ ସଂଳାପକୁ ବାଦ୍ ଦେଇ ଆବଶ୍ୟକ ସଂଶୋଧନ କରିବାକୁ କହିଛନ୍ତି। ଯଦି ଏହା କରା ନଯାଏ, ତେବେ ସେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ‘ପାନିପତ’ଏକ ଐତିହାସିକ ସିନେମା,ଯେଉଁଥିରେ ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କୃତି ସାନନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଆଗାମୀ ଡିସେମ୍ବର ୬ ତାରିଖରେ ମୁକ୍ତିଲାଭ କରିବ।

Leave a Reply

Your email address will not be published. Required fields are marked *