୨୦୦ଟି ଆସନରେ ପ୍ରାର୍ଥୀ ଦେଇ ଖାତା ଖୋଲି ପାରିଲାନି ଆପ୍‌

ନୂଆଦିଲ୍ଲୀ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟିକୁ ଝଟ୍‌କା ଦେଇଛି। ଏହି ଦଳ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ତେଲେଙ୍ଗାନାରେ ଖାତା ଖୋଲିପାରି ନାହିଁ। ୨୦୦ଟି ଆସନରେ ପ୍ରାର୍ଥୀ ଦେଇ ନିରାଶ ହୋଇଛି।

ଖବର ଅନୁଯାୟୀ ମଧ୍ୟପ୍ରଦେଶରେ ଆପ୍‌ ୭୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲା। ସେହିପରି ରାଜସ୍ଥାନରେ ୮୮ ଓ ଛତିଶଗଡ଼ରେ ୫୭ଟି ଆସନରେ ପ୍ରାର୍ଥୀ ଦେଇଥିଲା ଆପ୍‌। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏସବୁ ରାଜ୍ୟରେ ଜୋରଦାର ପ୍ରଚାର କରିଥିଲେ। ମାଗଣା ବିଦ୍ୟୁତ୍‌, ପାଣି ଓ ଶିକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା ଭୋଟରଙ୍କୁ ପ୍ରଭାବିତ କରିପାରିନି। ସିଙ୍ଗରୋଲିର ମେୟର ଓ ଆପ୍‌ ପ୍ରାର୍ଥୀ ରାଣୀ ଅଗ୍ରଓ୍ୱାଲ ହାରିଥିବା ବେଳେ ମଧ୍ୟପ୍ରଦେଶରେ ଟିଭି ଅଭିନେତ୍ରୀ ଚାହତ ପାଣ୍ଡେ ଅସଫଳ ହୋଇଛନ୍ତି। ତାଙ୍କୁ ମିଇଛି ମାତ୍ର ୪୬୨୯ ଖଣ୍ଡ ଭୋଟ୍‌।

ନିର୍ବାଚନ ଆୟୋଗଙ୍କ ସୂଚନା ଆମ୍ ଆଦମୀ ପାର୍ଟିକୁ ଛତିଶଗଡରେ କେବଳ ୦.୯୭ ପ୍ରତିଶତ, ମଧ୍ୟପ୍ରଦେଶରେ ୦.୪୨ ପ୍ରତିଶତ ଓ ରାଜସ୍ଥାନରେ ୦.୩୭ ପ୍ରତିଶତ ଭୋଟ୍ ମିଳିଛି। ତେଲେଙ୍ଗାନାରେ ଆମ୍ ଆଦମୀର ପାର୍ଟି କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ି ନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button