ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିଲା : ଗେହଲଟ ଓ ପାଇଲଟ ଜିତିଲେ

ରାଜସ୍ଥାନ : କଂଗ୍ରେସ ରାଜସ୍ଥାନରେ ହାରିଲା। କିନ୍ତୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ ଜିତିଥିବା ଜଣାପଡିଛି।

ଖବର ଅନୁଯାୟୀ ରାଜସ୍ଥାନର ଟୋଙ୍କ ଆସନରୁ ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ବିଜେପିର ଅଜିତ ସିଂହ ମେହଟାଙ୍କୁ ହରାଇ ସେ ୧ ଲକ୍ଷ ୫ ହଜାର ୮୧୨ ଭୋଟ୍‌ ହାସଲ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରଦାରପୁର ଆସନରୁ ଲଗାତର ୯ ଥର ପାଇଁ ବିଜୟ ହୋଇଛନ୍ତି। ୨୬,୩୯୬ ଭୋଟରେ ବିଜେପିର ପ୍ରଫେସର ମହେନ୍ଦ୍ର ରାଠୋରଙ୍କୁ ସେ ପରାଜିତ କରିଛନ୍ତି। ମହେନ୍ଦ୍ର ରାଠୋର୍‌ଙ୍କୁ ୬୮,୫୨୧ ଭୋଟ୍‌ ମିଳିଥିବା ବେଳେ ଅଶୋକ ଗେହଲଟଙ୍କୁ ପ୍ରାୟ ୯୫ ହଜାର ୪୦୯ଟି ଭୋଟ ମିଳିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୯୯୯, ୨୦୦୩, ୨୦୦୮, ୨୦୧୩ ଓ ୨୦୧୮ରେ ଏହି ଆସନରୁ ଲଗାତର ଜିତୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button