ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବାକୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ୨୦୨୩ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସଫଳତା। ମଧ୍ୟପ୍ରଦେଶରେ ସ୍ଥିତି ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼କୁ ଛଡାଇ ନେବାକୁ ସକ୍ଷମ ହୋଇଛି ବିଜେପି। ହେଲେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବାର ଆଶା ଉଜ୍ଜଳ ହୋଇଛି।

ବିଜେପିର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ନିରବଚ୍ଛିନ୍ନ ଭାବେ ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବ।
ସେ କହିଛନ୍ତି ଜନତା ଜନାର୍ଦ୍ଦନଙ୍କୁ ନମସ୍କାର। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନର ଫଳାଫଳ ଦର୍ଶାଉଛି ଭାରତର ଜନତାଙ୍କ ଭରସା କେବଳ ସୁଶାସନ ଓ ବିକାଶର ରାଜନୀତି ଉପରେ ରହିଛି। ସେମାନଙ୍କ ଭରସା ବିଜେପି ଉପରେ ରହିଛି। ବିଜେପି ଉପରେ ଆପଣମାନଙ୍କ ସେହ୍ନ, ବିଶ୍ୱାସ ଓ ଆଶୀର୍ବାଦ ପାଇଁ ମୁଁ ସବୁ ରାଜ୍ୟର ପରିବାର ବିଶେଷ କରି ମା’, ଭଉଣୀ ଓ ଝିଅମାନଙ୍କୁ, ଆମର ଯୁବ ଭୋଟର୍ସଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ସେମାନଙ୍କୁ ଭରସା ଦେଉଛି ଆପଣମାନଙ୍କ କଲ୍ୟାଣ ପାଇଁ ଆମେ ସବୁବେଳେ ନିରବଚ୍ଛନ ଭାବେ କାମ କରି ଚାଲିବୁ।

ଏହି ଅବସରରେ ପାର୍ଟିର ସମସ୍ତ ପରିଶ୍ରମୀ କର୍ମକର୍ତ୍ତାଙ୍କୁ ବିଶେଷ ଭାଗେ ଧନ୍ୟବାଦ ଜଣାଉଛି। ଆପଣମାନେ ସମସ୍ତେ ଅଦ୍ଭୂତ ଉଦାହରଣ ସୃଷ୍ଟି କରିଛନ୍ତି। ବିଜେପିର ବିକାଶ ଓ ଗରିବ କଲ୍ୟାଣ ନୀତିକୁ ଆପଣମାନେ ହିଁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଏହାର ପ୍ରଶଂସା ଯେତେ କଲେ ବି କମ ପଡ଼ିବ। ଆମେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ। ଆମେ ରହିବା ନାହିଁ କିମ୍ବା ଥକିବା ନାହିଁ। ଭାରତକୁ ବିଜୟୀ କରିବାର ଅଛି। ଆଜି ସେହି ଦିଗରେ ଆମେ ମିଳିତ ଭାବେ ଶକ୍ତ ପଦକ୍ଷେପ ନେଇଛୁ। ତେଲେଙ୍ଗାନାରେ ବିଜେପି ୧୦ରୁ କମ ଆସନ ଜିତିଥିଲେ ମଧ୍ୟ ମୋଦି ସେଠାକାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button