Thu. Jun 27th, 2019
168 views

କମ୍ପାନୀରେ ସ୍କର୍ଟ ପିନ୍ଧୁଥିବା ଝିଅଙ୍କୁ ମିଳିବ ବୋନସ୍

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଏବେ ସୋଶିଆଲ ମିଡିଆରେ ଲୋକେ ଗୋଟିଏ ଜିନିଷକୁ ନେଇ ବିଶେଷ ଆଲୋଚନା କରୁଛନ୍ତି। ଲୋକେ ଏହାକୁ ଘୃଣ୍ୟ ଏବଂ ସେକ୍ସି କହୁଛନ୍ତି । ପ୍ରକୃତରେ ରୁଷିଆର ଲକ କମ୍ପାନୀ ଜୁନ୍ ମାସରୁ ମହିଳାଙ୍କୁ ସର୍ଟ ସ୍କର୍ଟ ପିନ୍ଧିଲେ ବୋନସ୍ ଦେବା ପାଇଁ ନିଷ୍ପତ୍ତି ନେଇଛି ।

ସୂଚନା ଅନୁସାରେ ରୁଷୀ ଆଲୁମିନିୟମ୍ କମ୍ପାନୀ ନାରୀତ୍ବ ମାରାଥନ୍ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଜରିଆରେ କର୍ମଚାରୀଙ୍କୁ ତାଙ୍କ ବେତନରୁ ଅଧିକ ୧୦୬ଟଙ୍କା ପ୍ରତିଦିନ ଦିଆଯିବ ଯଦି ସେମାନେ ଖାସ୍ ଧରଣର ଲୁଗା ପିନ୍ଧି ଆସିବେ । ଏହି ଅତିରିକ୍ତ ଟଙ୍କା ପାଇବା ପାଇଁ ମହିଳାଙ୍କୁ କେତେକ ଶର୍ତ୍ତ ପାଳନ କରିବାକୁ ପଡ଼ିବ। ଯେପରିକି ସ୍କର୍ଟ କିମ୍ବା କୈାଣସି ଡ୍ରେସ୍ ଆଣ୍ଠୁରୁ ୫ ସେଣ୍ଟିମିଟରରୁ ଅଧିକ ନହେବା ଉଚିତ ଏବଂ କମ୍ପାନୀକୁ ପ୍ରମାଣ ହିସାବରେ ଫଟୋ ପଠାଇବାକୁ ପଡ଼ିବ । କମ୍ପାନୀର ଏହି ଘୋଷଣାକୁ କେତେକ ଲୋକ ସୋଶିଆଲ ମିଡିଆରେ ବିରୋଧ କରିଥିଲେ। ଅନେକ ଗ୍ରାହକ ନିଜର ଅଭିଯୋଗକୁ ପ୍ରକାଶ କରିଥିଲେ। ଜଣେ ଗ୍ରାହକ କହିଛନ୍ତି ଯେ ଏହା ନିଜ ଶକ୍ତିର ଦୁରୁପଯୋଗ ଏବଂ ମହିଳାଙ୍କୁ ଶୋଷଣ କରିବାକୁ ବୁଝାଉଛି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *